Homelocalଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ସୁବର୍ଣ୍ଣପୁର ରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ସୁବର୍ଣ୍ଣପୁର ରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର, (୨୧/୦୮) : ଆପ୍ର : ଦେଶ ତଥା ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସମଗ୍ରୀର ଅହେତୁକ ଭାବେ ବୃଦ୍ଧିକୁ ନେଇ ସୁବର୍ଣ୍ଣପୁର ରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ

ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ଖାଇବା ଚେଲ, ଚିନି, ଅଟା, ପିଆଜ, ଆଳୁ ସହ ଅନ୍ୟାନ୍ୟ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସମଗ୍ରୀର ଦର ବୃଦ୍ଧି ଘଟିଛି । କେନ୍ଦ୍ର ତଥା ରାଜ୍ୟ ସରକାର ଏହି ସବୁ ସମଗ୍ରୀର ଦରକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛି । ଏ ନେଇ କଂଗ୍ରେସ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ୍ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୂଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ରଙ୍କ ନେତୃତ୍ବରେ ବରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ, ସୁଧିର ପଣ୍ଡା, ଶେଷଦେବ ମେହେର, ସରୋଜ ପ୍ରଧାନ, ନଗର ସଭାପତି ରଞ୍ଜିତ ରାଏ, ରାଜେନ୍ଦ୍ର ମେହେର, ବରୁଣ ସୁନା, ସଚ୍ଚିଦାନନ୍ଦ ସାହୁ, ଅବକାଶ ଦର୍ଜୀ ପ୍ରମୁଖ ଅନେକ ଦଳୀୟ ନେତା ଓ କର୍ମୀ ସାମିଲ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments