Homelocalମୁରିବାହାଲ ରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ବିଶାଳ ତିରଙ୍ଗା ରାଲି, ପ୍ରତିଧ୍ୱନିତ ହେଲା ‘ବନ୍ଦେ...

ମୁରିବାହାଲ ରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ବିଶାଳ ତିରଙ୍ଗା ରାଲି, ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ୍’

ମୁରିବାହାଲ, ୧୨।୦୮।୨୬: ସ୍ୱାଧୀନତା ଦିବସ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ ମଙ୍ଗଳବାର ଦିନ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ‘ହର ଘର ତିରଙ୍ଗା’ ଓ ‘ବନ୍ଦେ ମାତରମ’ କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ଗୁଡ଼ିଘାଟରୁ ଏକ ବିଶାଳ ତିରଙ୍ଗା ରାଲି ବାହାରି ମୁରିବାହାଲ, ହଳଦୀ, ଗଁରେଇ, ଗୁରୁଣ୍ଡା, ପତ୍ରାପାଲି ଦେଇ ଡଙ୍ଗରପଡ଼ା ଓ କୋକଡୁଙ୍ଗୁରି ପର୍ଯ୍ୟନ୍ତ ପରିକ୍ରମା କରିଥିଲା।WhatsApp Image 2026 08 13 at 8.34.06 AM 1

ସେଠାରେ ରାଲିର ସମାପନ ହୋଇଥିଲା। ତିରଙ୍ଗା ଧରି କର୍ମୀମାନେ ଦେଶପ୍ରେମର ନାରା ଦେଇ ସମଗ୍ର ଅଞ୍ଚଳକୁ ମୁଖରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସମ୍ପାଦକ ପୁରନ୍ଧର ବାଗ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଉପାଧ୍ୟକ୍ଷ ଯାଜ୍ଞସେନୀ ହାତୀ ଏବଂ ୨୭, ୨୮ ଓ ୨୯ ନମ୍ବର ମଣ୍ଡଳ ସଭାପତି ରାମୁ କୁମ୍ଭାର, ପ୍ରଦୀପ କୁମାର ବଛା, ସୁବାସ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବ୍ଲକର ଅନେକ ସରପଞ୍ଚ, ସମିତି ସଭ୍ୟ ଓ ଶତାଧିକ ବିଜେପି କର୍ମୀ ରାଲିରେ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments