ଭାରତ ବିକାଶ ପରିଷଦ ସୋନପୁର ଶାଖା ର କର୍ମଶାଳା

Date:

Share post:

ସୁବର୍ଣ୍ଣପୁର, (୩୧/୦୫) : ଆପ୍ର : ଭାରତ ବିକାଶ ପରିଷଦ ପଶ୍ଚିମ ପ୍ରାନ୍ତ ପକ୍ଷରୁ ପଲିଟେକନିକ୍ କନ୍ ଫରେନ୍ସ ହଲ୍ ଠାରେ ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଯୋଗ ଦେଇ ଏହି କର୍ମଶାଳା କୁ ଉଦ୍ଘାଟନ କରି ଆମ ଆଚରଣ ଓ ଉଚ୍ଚାରଣ ରେ ଯଦି ପାର୍ଥକ୍ୟ ରହିଥାଏ, ଆମେ ଯାହା କରୁ ତାହା ବିଶେଷ କାମରେ ଲାଗିଲା ଭଳି ମନେ ହୁଏ ନାହିଁ ବୋଲି କହିଥିଲେ l ଆପଣ ଙ୍କ ଅନ୍ତର ଭିତରେ ଯଦି ନକାରାତ୍ମକ ଚିନ୍ତା ରେ ଘାଣ୍ଟି ହେଉ ଥିବେ ତାହେଲେ ପୃଥିବୀ ଟା ଆପଣଙ୍କୁ ସେମିତି ହିଁ ଦିଶିବ ବୋଲି କହିଥିଲେ । ସମ୍ପର୍କ, ସେବା, ସଂସ୍କାର, ଓ ସମର୍ପଣ ଯାହା “ସ” ଅକ୍ଷର ରୁ ଆରମ୍ଭ ହୁଏ ତାହା ସବୁ ବେଳେ ସକାରାତ୍ମକ ହୋଇଥାଏ ଓ ଏଥିରେ ପରିବର୍ତ୍ତନ ନିଶ୍ଚିତ ବୋଲି କହିଥିଲେ । ଯାହାକି ଭାରତ ବିକାଶ ପରିଷଦ ଅନୁଷ୍ଠାନ ହିଁ କାର୍ଯ୍ଯ ରେ ଦେଖାଇଛି ବୋଲି ଜିଲ୍ଲାପାଳ ଡଃ ସାହୁ ପ୍ରଶଂଶା କରିଥିଲେ ।

ଅନୁଷ୍ଠାନ ର ସଭାପତି ଡ଼ଃ ସନ୍ତୋଷ ପାଢୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନ ସଂପାଦକ ଆଶିଷ କୁମାର ଅଗ୍ରୱାଲ, ଖେତ୍ରୀୟ ଯୁଗ୍ମ ସଂପାଦକ ପ୍ରକାଶ କୁମାର ପଟ୍ଟନାୟକ , ପ୍ରାନ୍ତୀୟ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପ୍ରାନ୍ତୀୟ ସଂପାଦକ ଦୁର୍ଯ୍ୟୋଧନ ସାହୁ, ସୋନପୁର ଶାଖା ସଭାପତି ସନ୍ତୋଷ ପଣ୍ଡା ଯୋଗ ଦେଇ ଏହି ଅନୁଷ୍ଠାନ ର ଯାହା ନୀତି ନିୟମ ଅନୁଶାସନ ଅଛି ତାହା ସମସ୍ତେ ଜାଣିବା ନିହାତି ଆବଶ୍ୟକ ବୋଲି ମତ ରଖି ସମ୍ପର୍କ, ସେବା, ସଂସ୍କାର, ପର୍ଯ୍ୟାବରଣ , ମହିଳା ସହଭାଗିତା ଏହି ପାଞ୍ଚଟି ଆୟାମ ଉପରେ ଆଲୋଚନା କରିଥିଲେ । ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଓ ପଶ୍ଚିମ ବଙ୍ଗ ଏହି ୪ ଟି ରାଜ୍ୟରେ ସଙ୍ଗଠନ ଆରମ୍ଭ ହୋଇଛି ବୋଲି କହିଥିଲେ ।

ଅଲ୍ ଇଣ୍ଡିଆ ଲେବେଲ ରେ ଯାହା ନିଷ୍ପତ୍ତି ହୁଏ ତାହା ପ୍ରତି ବ୍ରାଞ୍ଚ ପ୍ରତି ସେକ୍ଟର ଯାଏ ପହଞ୍ଚି ଥାଏ ବୋଲି କହିଥିଲେ ଓ ପଛୁଆ ବର୍ଗ ତଥା ସମାଜ ରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ତର ରେ ସ୍ୱଚ୍ଛଳତା ନ ଥିବା ଅବହେଳିତ ଲୋକ ଙ୍କ ପାଇଁ ଭାରତ ବିକାଶ ପରିଷଦ କାର୍ଯ୍ଯ କରି ଆସୁଛି ବୋଲି କହିଥିଲେ l ଏବଂ ଆର୍ଥିକ ସିଷ୍ଟମ ଓ ଏହାର ପରିଚାଳନା ଉପରେ ବିସ୍ତାର ଭାବେ ଆଲୋଚନା କରି ଆଜିର ଏହି କର୍ମଶାଳା ସମସ୍ତ ଙ୍କ ଉତ୍ସାହ ବଢ଼ାଇଛି ବୋଲି ଅତିଥି ଓ ବକ୍ତା କହିଥିଲେ ।

ନୂଆଁ କାର୍ଯ୍ଯ କାରିଣୀ ସଦସ୍ୟ ତଥା ସଦସ୍ୟ ଶପଥ ଗ୍ରହଣ କରିଥିଲେ l ବରଗଡ଼ ଜିଲ୍ଲା ର ସଭାପତି ରାଜ କିଶୋର ମିଶ୍ର, ପ୍ରାନ୍ତୀୟ ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ଅଗ୍ରୱାଲ, ପ୍ରାନ୍ତୀୟ ମହିଳା ସହଭାଗିତା ର ସଂଯୋଜିକା ତନୁଜା ପାଢୀ, ପ୍ରାନ୍ତୀୟ ସମ୍ପର୍କ ର ସଂଯୋଜକ ଦୁର୍ଗା ପ୍ରସାଦ ଶର୍ମା, ପ୍ରାନ୍ତୀୟ ସଂସ୍କାର ସଂଯୋଜିକା ଅଶୋକ କୁମାର କ୍କକ୍କର ଯୋଗ ଦେଇ ନିଜ ନିଜ ର ମତାମତ ରଖିଥିଲେ ।

ସୋନପୁର ବ୍ରାଞ୍ଚ ର କୋଷାଧ୍ୟକ୍ଷ ସୁନନ୍ଦା ସାହୁ, ସେବା ସଂଯୋଜକ ପ୍ରମୋଦ କୁମାର ସାହୁ, ସଂସ୍କାର ସଂଯୋଜକ ଦାମୋଦର ପଣ୍ଡା, ପର୍ଯ୍ୟାବରଣ ସଂଯୋଜକ ଅରବିନ୍ଦ ସାହୁ, ସମ୍ପର୍କ ସଂଯୋଜକ ଜ୍ୟୋତିର୍ମୟ ମିଶ୍ର, ମହିଳା ସହଭାଗିତା ସଂଯୋଜିକ ଡଃ ପ୍ରତିମା ରଥ, ରାଉରକେଲା ର ଅଞ୍ଜୁ କକ୍କର, ସୋନପୁର ଶାଖା ର ଡ଼ଃ କଳ୍ପନା ମିଶ୍ର, ଡ଼ଃ ଦେବେନ୍ଦ୍ର ପଧାନ, କ୍ଷୀରୋଦ ମେହେର, ହରିଶଙ୍କର ମିଶ୍ର, ସୁଶିଲ ପର୍ଡିଆ, ନିରୁପମା ପର୍ଡିଆ, ଲକ୍ଷ୍ମୀ ପାଣିଗ୍ରାହୀ, ଲକ୍ଷ୍ମୀ ପାତ୍ର, ଲକ୍ଷ୍ମୀ ପ୍ରିୟା ମିଶ୍ର, ସ୍ମିତା ମେହେର, ପ୍ରମୁଖ ସମସ୍ତ ସଦସ୍ୟ ସଦସ୍ୟା ଓ ଆର ଏସ ଏସ ର ରାଜେଶ୍ ସିଂ ଭାଇ, ରଶ୍ମି ରଞ୍ଜନ ଭାଇ, ଦଶରଥ ଭାଇ, ଜଲ୍ ଦେବ ଭାଈ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ସୁନ୍ଦରଗଡ଼ରେ ଲଜ୍ଜା; ମଧ୍ୟରାତ୍ରୀରେ ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ ଅଭିଯୋଗରେ ୨ ଗିରଫ

ସୁନ୍ଦରଗଡ଼, (୦୧/୦୬) : ଆପ୍ର : ସୁନ୍ଦରଗଡ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଲହୁଣୀପଡ଼ା ଥାନା ଅଞ୍ଚଳର ବଡ଼ପୁରୁଣାପାଣି ଗାଁ'ରେ...

ସ୍ବାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତା

ସୋନପୁର, (୦୧/୦୬) : ଆପ୍ର : ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ...

ଅନୁଗୁଳରେ ହାତୀ ଆତଙ୍କ, ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା

ଅନୁଗୁଳ, (୦୧/୦୬) : ଆପ୍ର : ହାତୀ ନେଲା ୨ ଜୀବନ । ଅନୁଗୁଳରେ ହାତୀ ଆତଙ୍କ। ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁ'ରେ...

ଲଭ୍-ସେକ୍ସ-ଧୋକା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ

ସମ୍ବଲପୁର // କୁଚିଣ୍ଡା, (୦୧/୦୬) : ଆପ୍ର : ଲଭ୍-ସେକ୍ସ-ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ଧୋକା । ୬ମାସର...