କଟକ, (୨୨/୧୦) : ଆପ୍ର : ମହିଷାସୁରକୁ ବଦ୍ଧ କରିବା ପରେ ମା’ ଦୁର୍ଗା ଧାରଣ କରିଥିଲେ ଉଗ୍ର ରୂପ । ଦେବୀଙ୍କ ସେହି ଉଗ୍ର ରୂପକୁ ଶାନ୍ତ କରିବା ପାଇଁ ଦହି ପଖାଳ ଭୋଗ ଅର୍ପଣ କରାଯାଉଥିବା ଲୋକବିଶ୍ୱାସ ।
କଟକ ସହରରେ ମା’ ଦୁର୍ଗାଙ୍କ ନିକଟରେ ଅର୍ପଣ କରାଯାଇଛି ଦହି ପଖାଳ ଭୋଗ । ମା’ଙ୍କ ନିକଟରେ ଏହି ଭୋଗ ଅର୍ପଣ ପଛରେ ରହିଛି ଗଭୀର ଭକ୍ତିଭାବ ଓ ପରମ୍ପରା । ମହିଷାସୁର ବଦ୍ଧ ପରେ ଦେବୀଙ୍କ ଶକ୍ତିସ୍ୱରୂପ ଉଗ୍ର ରୂପକୁ ଶାନ୍ତ କରିବାର ପ୍ରତୀକ ଭାବେ ଏହି ଭୋଗକୁ ଦେଖାଯାଏ । କଟକ ସହରର ବିଭିନ୍ନ ପୂଜାମଣ୍ଡପରେ ଦହି ପଖାଳ ସାଙ୍ଗକୁ ଚିପ୍ସ, ଛଙ୍କା, ଶାଗ ଭଳି ଖାଦ୍ୟ ମାଙ୍କ ପାଖରେ ଭୋଗ କରିବା ସହିତ ହଜାର ହଜାର ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା । ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁସାରେ, ମହିଷାସୁରକୁ ବଧ କରିବା ପରେ ଦେବୀ ଦୁର୍ଗାଙ୍କ ଶକ୍ତିସ୍ୱରୂପ ଉଗ୍ର ରୂପ ଧାରଣ କରିଥିଲେ। ସେହି ଉଗ୍ର ରୂପକୁ ଶାନ୍ତ କରିବାର ପ୍ରତୀକ ଭାବେ ଦହି ପଖାଳ ଭୋଗ ଅର୍ପଣ କରାଯାଉଥିବା ଲୋକବିଶ୍ୱାସ ରହିଛି। ତେଣୁ ମା’ଙ୍କ ପୂଜାର୍ଚ୍ଚନାରେ ଏହି ଭୋଗର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି ।

