Homelocalଜିଲ୍ଲା ପୁଲିସ ପକ୍ଷରୁ ୬୭ ତମ ଶହୀଦ ସ୍ମୃତି ଦିବସ ପାଳିତ

ଜିଲ୍ଲା ପୁଲିସ ପକ୍ଷରୁ ୬୭ ତମ ଶହୀଦ ସ୍ମୃତି ଦିବସ ପାଳିତ

ସୁବର୍ଣ୍ଣପୁର, (୨୧/୧୦) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୁଲିସ ପଡିଆ ଠାରେ ୬୭ ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ଏସପି ନାରାୟଣ ନାୟକ ଯୋଗ ଦେଇ ଦେଶ ତଥା ବିଦେଶ ରେ ବିଭିନ୍ନ ଜରୁରୀ କାଳୀନ ସମୟରେ ମାତୃଭୂମି ଓ ଦେଶର ସୁରକ୍ଷା ପାଇଁ ଶହୀଦ୍ ହୋଇଥିବା ଆମ ଜିଲ୍ଲା, ରାଜ୍ୟ ତଥା ଦେଶର ପୁଲିସଙ୍କ ସ୍ମୁତି ଚାରଣ କରିବା ସହ ମହାମାନ୍ୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ । ଏହି ଅବସରରେ ପ୍ୟାରେଡ୍ ମାଧ୍ୟମରେ ଶହୀଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିଲା । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଜିଲ୍ଲାପାଳ ଦେବାଶିଷ ସିଂହ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡ. ଦୁର୍ଗାଦତ୍ତ ଦାଶ ଯୋଗ ଦେଇ ଏସପି ଶ୍ରୀ ନାୟକ ଙ୍କ ସହିତ ଶହୀଦ୍ ପୁଲିସ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ୨୦୦୯ ମସିହାରେ ସମ୍ବଲପୁର ଜିଲ୍ଲା ରେ ସହିଦ ହୋଇଥିବା ଆମ ଜିଲ୍ଲା ର ପୁଲିସ ଅଫିସର ନରସିଂହ ମହାକୁଡଙ୍କ ପତ୍ନୀଙ୍କୁ ଏବଂ କୋରାପୁଟରେ ସହିଦ ହୋଇଥିବା ଆମ ଜିଲ୍ଲା ପୁଲିସ ବିଭୀଷଣ ସାହୁ ଙ୍କ ପରିବାର କୁ ଆଜି ର ଏହି ଉତ୍ସବରେ ଜିଲ୍ଲାପାଳ ଓ ଏସପି ଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା ।

ଅତିରିକ୍ତ ଏସପି କେ. କେ ହରିପ୍ରସାଦ, ଲିଲିମା ଲଳିତା ବାର୍ଲା, ଡିଏସପି ରେଣୁକା ସୁନା, ଚନ୍ଦ୍ର ଶେଖର ଶବର୍, ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ନାଥ ଦେ, ଏସଡିପିଓ କଲ୍ୟାଣୀ ବେହେରା , ଆର୍ ଆଇ ମାନସ ବେହେରା, ଭକ୍ତ ବନ୍ଧୁ ସେଠ ପ୍ରମୁଖ ସମସ୍ତ ପୁଲିସ ଅଧିକାରୀ ଯୋଗ ଦେଇ ଶହୀଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଓଡ଼ିଶା ପୁଲିସ ହାବିଲଦାର କନେଷ୍ଟବଳ ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ଉପ ସଭାପତି ଦୟାନିଧି ସାହୁ, ସଂମ୍ପାଦକ କାର୍ତ୍ତିକେଶ୍ୱର ରାଉତ ଓ ସଂଘ ର ସମସ୍ତ କର୍ମକର୍ତା ପ୍ରମୁଖ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments