Homeaccidentଟ୍ରକ୍ ଧକ୍କାରେ ମା’-ଝିଅ ମୃତ

ଟ୍ରକ୍ ଧକ୍କାରେ ମା’-ଝିଅ ମୃତ

ବଲାଙ୍ଗିର, (୦୯/୦୬) : ଆପ୍ର : ବଲାଙ୍ଗିର ସହର ଗାନ୍ଧୀନଗରପଡ଼ା ଫିସରି ଅଫିସ ନିକଟରେ ଟ୍ରକ୍ ଧକ୍କାରେ ୨ଜଣ ମା’-ଝିଅଙ୍କ ମୃତ୍ୟୁ ହୋଇଛି ।

ମୃତ ମା’ ଓ ଝିଅ ହେଲେ ବଲାଙ୍ଗିର ତାଲପାଲିପଡ଼ାର ସୁନୀତା ନାଗ ଓ ଝିଅ ଶ୍ରୁତି। ସୂଚନା ଅନୁସାରେ, ଅନୀତା ବଲାଙ୍ଗିର ସମଲେଶ୍ବରୀ ନର୍ସିଂ ହୋମରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ଆଜି ସକାଳେ ଝିଅ ଶ୍ରୁତି ସହ ନର୍ସିଂ ହୋମକୁ ସ୍କୁଟିରେ ଯାଉଥିଲେ ସକାଳ ପ୍ରାୟ ୬.୩୦ ରେ ଗାନ୍ଧୀନଗରପଡ଼ା ଫିସରୀ ଅଫିସ ନିକଟରେ ଏକ ଟ୍ରକ୍ ସ୍କୁଟି ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ମା’-ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା। ବଲାଙ୍ଗିର ଟାଉନ ପୁଲିସ ପହଞ୍ଚି ଦୁଇଟି ଯାକ ମୃତଦେହକୁ ଵ୍ୟଵଚ୍ଛେଦ ପାଇଁ ବଲାଙ୍ଗିର ଭୀମ ଭୋଇ ଚିକିତ୍ସାଳୟକୁ ପଠାଇଛି। ଦୁର୍ଘଟଣାରେ ମା’ ଝିଅଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଚିହ୍ନଟ ଓ ଜବତ ପାଇଁ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଥିବା ଜଣାପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments