Homecrimeପାନୀୟ ଜଳ ସମସ୍ୟା ନେଇ ୨୦୦୦/- କୋଟି ଟଙ୍କା ହଡ଼ପ ଚକ୍ରାନ୍ତ ନେଇ ଭିଜିଲାନ୍ସ ତଦନ୍ତ...

ପାନୀୟ ଜଳ ସମସ୍ୟା ନେଇ ୨୦୦୦/- କୋଟି ଟଙ୍କା ହଡ଼ପ ଚକ୍ରାନ୍ତ ନେଇ ଭିଜିଲାନ୍ସ ତଦନ୍ତ ସହ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ଦାବୀ

ବଲାଙ୍ଗୀର/ଟିଟିଲାଗଡ, (୦୯/୦୬) : ଆପ୍ର : ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ସରକାର ବଲାଙ୍ଗୀର ଜିଲ୍ଲା ର ତତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ନିମନ୍ତେ ଦୁଇ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ଆଦିବାସୀ, ଅଧ୍ୟୁଷିତ ଅଞ୍ଚଳ ର ଲୋକ ଙ୍କ ସରଳତା ର ସୁଯୋଗ ନେଇ ବିଭାଗୀୟ ଅଧିକାରୀ ପିସି କାରବାର କରି କାଗଜ କଲମରେ କୋଟି, କୋଟି ଟଙ୍କା ଭାଗ ବଣ୍ଟା କରି ବେଶ୍ ମାଲାମାଲ ହୋଇ ଚାଲିଛନ୍ତି । ବିଭାଗୀୟ ମନ୍ତ୍ରୀ ଖୋଦ୍ ନିଜେ ଉତ୍ତପ୍ତ ତାପମାତ୍ରାକୁ ଦୃଷ୍ଟି ରେ ଆସି ପାନୀୟ ଜଳ ଅଭାବ ହବନି କହି ଚାଲିଯାଇ ଲୋକଙ୍କ ଏହି କୋଟି ,କୋଟି ଦୁର୍ନିତୀ ଓ ପାନୀୟ ଜଳ ପାଇଁ ଡହଳ, ବିକଳ ହୋଇ ଆସୁଥିବା ବେଳେ ଅଭିଯୋଗ ସୱେ ନୀରବ ଦ୍ରଷ୍ଟା ସାଜିଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଦୁଇ ହଜାର କୋଟି ଟଙ୍କା ରୁ ଦୁଇ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରି ବିଭିନ୍ନ ଅଞ୍ଚଳ ରେ ମେଗା ପ୍ରକଳ୍ପ ଆଳରେ ସବୁ ଅର୍ଥ ହଡପ ଚାଲିଛି । ଟିଟିଲାଗଡ ନିକଟସ୍ତ ବାଞ୍ଜୀପଦର ଓ ଖୋଲାନ ଠାରେ ଏହି ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଆଳରେ ମାତ୍ର କିଛି ଅର୍ଥ ଖର୍ଚ୍ଚ ରେ ଅତ୍ୟନ୍ତ ନିମ୍ନ ମାନର ସାମାନ୍ୟ କିଛି କାମ କରି ଛାଡ଼ି ଦିଆଯାଇଛି ।

ଏ ନେଇ ଟ୍ୟାଙ୍କର ଯୋଗେ ଲୋକ ଙ୍କୁ ପାଣି ଯୋଗାଇ ଦେବୁ କହୁଥିବା ବେଳେ ତାହା ଯୋଗାଇ ଦିଆ ନ ଯିବା ନେଇ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହେଉଛି । ଏ ନେଇ ବିଭାଗୀୟ ଏସ ଡି ଓ ପ୍ରସାଦ କୁମାର ସାମନ୍ତରାୟ ମୁଖ୍ୟ କାର୍ପଟଦାର ସାଜିଥିବା ବେଳେ ସେ ଦେହ ଅସୁସ୍ଥ ବାହାନା କରି ଅଫିସ ରୁ ଉଠି ଚାଲିଯାଇଥିଲେ । ଏହି ପଛୁଆ ଅଞ୍ଚଳ ରେ ନିର୍ମାଣ ଆଳରେ ଏହି ଭଳି କୋଟି, କୋଟି ଟଙ୍କା ହଡ଼ପ ଅଭିଯୋଗ ବାରମ୍ବାର ହେବା ସତ୍ତ୍ଵେ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ ଉଚ୍ଚ ପଦାଧିକାରୀ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ଏସ ଡି ଓ ମହାଶୟ ତିନି ମାସ ଧରି କାର୍ଯ୍ୟ ରେ ଯୋଗ ଦେଇ ନିଜେ ବଲାଙ୍ଗୀର ଘରେ ରହିଥିବା ଓ କାର୍ଯ୍ୟାଳୟ କୁ ଆସୁ ନ ଥିବା ବେଳେ ଏହି କୋଟି, କୋଟି ଟଙ୍କା ର କାର୍ଯ୍ୟ ତଦାରଖ କରିବେ କଣ ଦେଖି ନାହାନ୍ତି । କେବଳ କାଗଜ ପତ୍ର ରେ ଏହି ଦୁଇ ହଜାର କୋଟି ର ପ୍ରକଳ୍ପ ଆଗକୁ ବର୍ଷା ଥିବା ବେଳେ ପୂର୍ବରୁ ନିର୍ମିତ ବଡ, ବଡ ଓଭର ହେଡ୍ ଟ୍ୟାଙ୍କର ମାନ ଖାଲି ପଡ଼ିଛି । ଲୋକେ ଚାନ୍ଦା ଆଦାୟ କରି ଟ୍ୟାଙ୍କର ପାଣି ଓ କିଣା ବୋତଲ ପାଣି ଉପରେ ନିର୍ଭର କରୁ ଥିବା ବେଳେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି । ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଭୁବନେଶ୍ୱର ମୁଖ୍ୟ ବିଭାଗୀୟ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରି ଥିବା ବେଳେ ସମସ୍ତେ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଏ ନେଇ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଭିଜିଲାନ୍ସ ତଦନ୍ତ ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଜାରୀ ନ କଲେ ଜନସେବା ସି ବି ଓ ତରଫ ରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଭାପତି ଲମ୍ବୁଧର୍ ଛତ୍ରିଆ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଆଗମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ସଜ ବାଜ ହୋଇ ଆସୁଛି । ଏପରିକି ଖୋଲା, ଖୋଲି ଡେପୁଟି ସି ଏମ କନକ ବର୍ଦ୍ଧନ ସିଂଦେଓ ଆମ ସପକ୍ଷ ରେ ଭଳି ଉକ୍ତି ପ୍ରକାଶ ପାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments