Homelocalଦେଶିଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ଦ୍ୱାରା ଆଭାସୀ ମାଧ୍ୟମରେ ଗୋଦାବରୀଶ ମିଶ୍ର ଆଦର୍ଶ...

ଦେଶିଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ଦ୍ୱାରା ଆଭାସୀ ମାଧ୍ୟମରେ ଗୋଦାବରୀଶ ମିଶ୍ର ଆଦର୍ଶ ଭିତ୍ତି ପ୍ରସ୍ତର ସ୍ଥାପନ

ମୁରିବାହାଲ, (୦୭/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଦେଶିଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଗୋଦାବରୀଶ ମିଶ୍ର ଆଦର୍ଶ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଏବିଇଓ କୋଦଣ୍ଡଧର ଭୋଇ, ମାଲିଶିରା ସରପଞ୍ଚ ଦେବରାଜ ପାତ୍ର,ହଳଦୀ ମଣ୍ଡଳ ସଭାପତି ସୁବାସ ପୋଢ଼, ମାଲିଶିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବାଗ, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୁପ୍ତେଶ୍ୱର ଟାକ୍ରୀ , ବିଟାବନ୍ଦ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲକ୍ଷପତି ହରପାଲ , ଦେଶିଲ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଘୁନାଥ ତାଣ୍ଡି ଦେଶିଲ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments