ମୁରିବାହାଲ, (୨୨/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ଟିଲାଗଡ ରେଳୱେ ଷ୍ଟେସନ ଓ ମୁରିବାହାଲ ଷ୍ଟେସନ ମଝିରେ ଥିବା ରହେନଭଟା ରେଳୱେ ଷ୍ଟେସନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନର ବଗିରେ ନିଆଁ ଲାଗି ଆତଙ୍କ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟା ସମୟରେ ରାୟପୁରରୁ ଟିଟିଲାଗଡ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲଗାଡିର ବଗିରୁ ଧୂଆଁ ଓ ନିଆଁ ବାହାରୁଥିବା ରହେନଭଟା ରେଳୱେ ଷ୍ଟେସନ କର୍ମଚାରୀମାନେ ଦେଖିଥିଲେ । ତୁରନ୍ତ ଟ୍ରେନକୁ ଅଟକାଇବା ସହ ମୁରିବାହାଲ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ମୁରିବାହାଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୋଇଲା ବଗିରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପ୍ରାୟ ୨ ଘଣ୍ଟାର ଅବିରତ ପରିଶ୍ରମ ପରେ ନିଆଁ ସମ୍ପୂର୍ଣ ଭାବେ ଲିଭାଯାଇଥିଲା । ଏହାପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରେଳ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିବା ଜଣାପଡିଛି ।

