ସାପ କାମୁଡ଼ାରେ ଚାଲିଗଲା ମା’ର ଜୀବନ , ଗାଁ’ରେ ଶୋକାକୁଳ ପରିବେଶ

Date:

Share post:

ଭଦ୍ରକ, (୨୬/୦୫) : ଆପ୍ର : ପିଲାଙ୍କୁ ଛାଡ଼ିଦେଇ ମା ଚାଲିଗଲା ଆରପାରିକୁ । ଏପଟେ କାନ୍ଦି ବୋବେଇ ଧୂଳିରେ ଗଡ଼ିଯାଉଛନ୍ତି ପୁରା ପରିବାର ଆଉ ସ୍ତବ୍ଧ ପାଲଟିଯାଇଛି ପୁରାଗାଁ ।

ସାପ କାମୁଡ଼ାରେ ଚାଲିଗଲା ମା’ର ଜୀବନ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅଧୀନ ଭଣ୍ଡାରି ପୋଖରୀ ଥାନା ମଣିନାଥପୁର ଗାଁରେ । ମୃତ ମହିଳା ହେଉଛନ୍ତି ସେହି ଗାଁ’ର ସୁରେନ୍ଦ୍ର ସାମଲଙ୍କ ପତ୍ନୀ ଅର୍ଣ୍ଣପୂର୍ଣ୍ଣା ସାମଲ । ଅର୍ଣ୍ଣପୂର୍ଣ୍ଣା ପଙ୍ଗ ପଞ୍ଚାୟତ ଯୋରାଗଡିଆ ଗାଁରେ ଥିବା ବାପଘରକୁ ଯାଇଥିଲେ । ଆଜି ସକାଳେ ଦାନ୍ତକାଠି ଆଣିବାକୁ ଘରବାଡ଼ିକୁ ଯାଇଥିଳା ବେଳେ ତାଙ୍କୁ ସାପ କାମୁଡି ଦେଲା । ଅର୍ଣ୍ଣପୂର୍ଣ୍ଣାଙ୍କ ଚିତ୍କାର ଶୁଣିବା ପରେ ଗାଁ ଲୋକ ଦଉଡ଼ି ଆସିଲେ । ଆଉ କାଳ ବିଳମ୍ବ ନକରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଗଲେ । ହେଲେ ମେଡ଼ିକାଲ ପହଞ୍ଚିଲା ବେଳକୁ ଚାଲିଯାଇଥିଲା ଅର୍ଣ୍ଣପୂର୍ଣ୍ଣାଙ୍କ ଜୀବନ । ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ । ତେବେ ସୁରେନ୍ଦ୍ରଙ୍କ ଦୁଇଝିଅ ଓ ଗୋଟିଏ ପୁଅ ମା ଛେଉଣ୍ଡ ହୋଇଯାଇଥିବାରୁ ଗାଁରେ ଏକ ଦୁଖଃଦ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ମୁଖ୍ୟମନ୍ତ୍ରୀଙ୍କ ହାଇଲେଭଲ୍ ମିଟିଂ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ଭୁବନେଶ୍ୱର, (୧୭/୦୬) : ଆପ୍ର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଲେଭଲ୍ ମିଟିଂ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା...

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡା, (୧୭/୦୬) : ଆପ୍ର : ରାସ୍ତା କଡରେ ଝାଡୁ ବିକୁଥିବା ଜଣେ ଅଣଓଡିଆ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କେନ୍ଦ୍ରାପଡା ସଦର ଥାନା...

ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬, ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ

ଭୁବନେଶ୍ୱର, (୧୭/୦୬) : ଆପ୍ର : ଆସୁଛି ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’। ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩...

ରଜ ମଉଜ ପାଳିଲେ ଝଞ୍ଜାବତୀ ମହିଳା ୱାକର୍ଷ କ୍ଲବ

ରାୟଗଡା, (୧୬/୦୬) : ଆପ୍ର : ଝଞ୍ଜାବତୀ ମହିଳା ୱାକର୍ଷ କ୍ଳବ୍ ପାଳିଲେ ରଜ ମଉଜ । କ୍ଳବର ସଭାପତି ଶ୍ରୀମତୀ ଅନୁସୟା ମାଝୀଙ୍କ...