ବାହିନୀପତିଙ୍କ ନେତୃତ୍ଵରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ ବିଶାଳ ବିକ୍ଷୋଭ ଓ ଶୋଭାଯାତ୍ରା

Date:

Share post:

ବୋରିଗୁମ୍ମା, (୧୦/୦୬) : ଆପ୍ର : ଦୀର୍ଘ ୩ ମାସ ଧରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବନ୍ଦ ରହିଛି । ଏଥି ସହ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ତଥା ଅଭାବ ସାଧାରଣ ଜନତାଙ୍କ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇ ଚାଲିଛି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାକାର ଭତ୍ତା ୩୦୦୦ ଟଙ୍କା ଘୋଷଣା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ତେଣୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ଵରେ ହିତାଧିକାରୀଙ୍କ ଏକ ବିଶାଳ ଶୋଭାଯାତ୍ରା ମଙ୍ଗଳବାର ବୋରିଗୁମ୍ମା ଟାଉନ ହଲ ଠାରୁ ବାହାରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିଥିଲା । ବ୍ଲକ୍ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତଙ୍କ ସଭାପତିତ୍ୱରେ ଶ୍ରୀ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଜନତାଙ୍କୁ ଉଦବୋଧନ ଦେବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବି.ଡ଼ି.ଓ. ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସୁରେଶ ରାଉତ, ୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନୃସିଂହନାଥ ଶତପଥି , କୈଳାଶ ଚନ୍ଦ୍ର ରଥ,ପୂର୍ବତନ ସରପଞ୍ଚ ଚନ୍ଦ୍ରିକା ଜାନୀ , ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ, ବିଜୟ ନାରାୟଣ ସାହୁ, ଅଶୋକ ଭୂୟାଁ, ଭାନୁ ଦୋରା, ପି. ଧବଳେଶ୍ୱର, ବିଟୁ ପଣ୍ଡା, ତପନ ଦାସ, ଲାଣ୍ଡୁ ବେଗରାୟ, ବି ପ୍ରସାଦ ଦୋରା, ଗୋପାଳ ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ଥିବା ଦେଖାଯାଇଥିଲା ।

ଭତ୍ତା ପ୍ରଦାନରେ ବିଳମ୍ବ କାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବିଧାନସଭା ଓ ସଂସଦରେ ଦରଦାମ ବୃଦ୍ଧି ତଥା ଜାଣେଣୀ ଗ୍ୟାସ ଉପରେ ତୁରନ୍ତ ଚର୍ଚ୍ଚା କରିବା, ଇତ୍ୟାଦି ପ୍ରସଙ୍ଗରେ ସରକାର ଯଦି ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି , ତେବେ ଆନ୍ଦୋଳନ ରାଜ୍ୟବ୍ୟାପି ତୀବ୍ରତର ଓ ବ୍ୟାପକ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ପରିବର୍ତ୍ତନ; ଏଣିକି ବିନା ନୋଟିସରେ ଆଉ ବାତିଲ ହେବନି ଦଳ

ଭୁବନେଶ୍ୱର, (୧୦/୦୬) : ଆପ୍ର : ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ସଙ୍ଗେ ସଙ୍ଗେ ଡ୍ରାଇଭିଂ...

ପେଟ୍ରୋଲ ଢ଼ାଳି ଶ୍ୱଶୁର, ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ

ବାରିପଦା, (୧୦/୦୬) : ଆପ୍ର : ବାରିପଦାରେ ଅଭାବନୀୟ ଘଟଣା। ମଦ୍ୟପ ଜ୍ୱାଇଁ ପେଟ୍ରୋଲ ଢ଼ାଳି ପୋଡି ଦେଲା ଶ୍ୱଶୁର ଓ ଶାଶୁ ଙ୍କୁ...

ଅବଧି ଶେଷ ଔଷଧ ଖାଇ ଆଶାକର୍ମୀଙ୍କ ଝିଅ ମୃତ

କେନ୍ଦୁଝର, (୧୦/୦୬) : ଆପ୍ର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ବର୍ଷୀୟ ଝିଅ...

ରାସ୍ତାରେ ଛକି ବସିଥିଲା ଜମ, କଣ୍ଟେନର ଧକ୍କାରେ ୨ ମୃତ

କଳାହାଣ୍ଡି //ନର୍ଲା, (୧୦/୦୬) : ଆପ୍ର : ଗାଡ଼ିରୁ ଧାନ ଖାଲି କରିବାକୁ ରାଇସ ମିଲ୍ ଆସିଥିଲେ । ଛକି ବସିଥିଲା ଜମ ।...