Homelocalଗଣତନ୍ତ୍ର ବଞ୍ଚାଅ- ଅରାଜକତା ହଟାଅ ଅଭିଯାନ : ସୁବର୍ଣ୍ଣପୁରରେ ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ଗଣତନ୍ତ୍ର ବଞ୍ଚାଅ- ଅରାଜକତା ହଟାଅ ଅଭିଯାନ : ସୁବର୍ଣ୍ଣପୁରରେ ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର, (୦୭/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସ୍ଥାନୀୟ ଏନଜିଓସିପି ହଲ୍ ଠାରେ “ଗଣତନ୍ତ ବଞ୍ଚାଅ-ଅରାଜକତା ହଟାଅ ” ଅଭିଯାନକୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ବିଜେପିର ସହ ପ୍ରଭାରୀ ପ୍ରଦେଶ ସିଂହ ଓ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ଯୋଗ ଦେଇଥିଲେ । ସେମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ବିରୋଧୀ ଶକ୍ତିଙ୍କ ମିଥ୍ୟା ପ୍ରଚାର ଓ ଦେଶବିରୋଧୀ କାର୍ଯ୍ୟ ଯୋଗୁଁ ଆଜି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ବିପନ୍ନ ହେବାରେ ଲାଗିଛି । ଦେଶର ଅଖଣ୍ଡତା, ଜାତୀୟତାବୋଧ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଆଜିର ସମୟରେ ଅପରିହାର୍ଯ୍ୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ଏଥିସହ ଏକ ସୁଦୃଢ଼, ସମୃଦ୍ଧ ଓ ବିକଶିତ ଭାରତ ଗଠନ ଦିଗରେ ବୁଦ୍ଧିଜୀବୀ ସମାଜର ସକ୍ରିୟ ଅଂଶଗ୍ରହଣ ଏବଂ ଗଣତନ୍ତର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ। ଆତ୍ମଗର୍ବ ଓ ଅହଙ୍କାର ମନରୁ ପରିତ୍ୟାଗ କରି ଲୋକଙ୍କ ସହ ସୁସମ୍ପର୍କ ରଖି ତାଙ୍କ ସମସ୍ୟା ବୁଝିବାକୁ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ କହିଥିଲେ । ଏହି ଅବସରରେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁନାଥ ଜଗଦଳ ଯୋଗଦେଇ ଦେଶର ଗଣତନ୍ତ୍ରର ସୁରକ୍ଷା ଓ ବିକଶିତ ଭାରତ-୨୦୪୭ ଗଠନରେ ବୁଦ୍ଧିଜିବୀ ମାନଙ୍କର ଗୁରୁଦାୟିତ୍ଵ ରହିଛି ବୋଲି ଆହ୍ବାନ ଦେଇଥିଲେ ।

ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ମହାପାତ୍ର ଏହି ସମ୍ମିଳନୀକୁ ସଂଯୋଜନା କରିଥିଲେ।ସମ୍ମାନିତ ଅତିଥ୍‌ ଭାବେ ଜିଲ୍ଲା ପ୍ରଭାରୀ ସୁରେଶ୍ବର ଶତପ‌ଥୀ ଏବଂ ବକ୍ତା ଭାବେ ବୁଦ୍ଧିଜୀବୀ ଡ. ଦେବେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଥିଲେ ଯେ, ଭୋଟ ବେଳେ ମିଥ୍ୟା ନାରା ଦେଇ ବିରୋଧୀ ବିଭ୍ରାଟ ସୃଷ୍ଟି କରୁଛନ୍ତି ଏବଂ ଦେଶରେ ଅରାଜକତା ଖେଳାଉଛନ୍ତି। ଏହାକୁ ପ୍ରତିହତ କରି ଦେଶର ଗଣତନ୍ତ୍ରିକୁ ସୁରକ୍ଷା ଦେବା ସମସ୍ତଙ୍କ ନୈତିକ ଦାୟିତ୍ଵ ବୋଲି ସେମାନେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments