ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ପାଇଁ ବିଡ଼ିଓ ନିଲମ୍ବିତ

Date:

Share post:

ମୟୁରଭଞ୍ଜ, (୦୪/୦୬) : ଆପ୍ର : ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ପାଇଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବିଡ଼ିଓ ତଥା ଏଇଆରଓ ବନଜା ଦାସଙ୍କୁ ନିଲମ୍ବିତ କରାଯାଇଛି ।

ମୟୁରଭଞ୍ଜ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ବିଡ଼ିଓ ବନଜା ଦାସଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ଯେ ମେ ୨୩ ରେ EROS/AEROS ପାଇଁ ଆୟୋଜିତ ଭର୍ଚୁଆଲ୍ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ । ତାଲିମରେ ତାଙ୍କର ଅନୁପସ୍ଥିତି ପାଇଁ ସ୍ପଷ୍ଟୀକରଣ ମଗାଯାଇ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସେ ତାହାର ଉତ୍ତର ମଧ୍ୟ ରଖିନାହାଁନ୍ତି । ଯାହା ସରକାରୀ ଯୋଗାଯୋଗ ଏବଂ ପ୍ରତିଷ୍ଠିତ ଶୃଙ୍ଖଳାଗତ ପ୍ରକ୍ରିୟାକୁ ଅବମାନନା କରୁଛି ବୋଲି ଦର୍ଶାଉଛି।

ଖାଲି ସେତିକି ନୁହେଁ ମେ ୨୬ ଏବଂ ୨୭ରେ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରଙ୍କ ପାଇଁ ନିର୍ଦ୍ଧାରିତ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିନଥିଲେ । ବିନା ପୂର୍ବ ଅନୁମତିରେ କାର୍ଯ୍ୟକ୍ରମଗୁଡ଼ିକୁ ନିଜ ଇଚ୍ଛା ମୁତାବକ ପୁନଃନିର୍ଦ୍ଧାରିତ କରିଛନ୍ତି । ଯାହା ଏସ୍ଆଇଆର ନିୟମ ଉଲ୍ଲଂଘନ ଅଟେ । ସେହିପରି ସେ ଦୁଇ ଦିନ ଛୁଟିରେ ଥିଲେ ମଧ୍ୟ ମାତ୍ର ଗୋଟିଏ ଦିନ ଛୁଟିର ଅନୁମତି ପାଇଛନ୍ତି । ଏହି ସମସ୍ତ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଡ଼ିଓଙ୍କୁ ନିଲମ୍ବିତ କରିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

spot_img

Related articles

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...

ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ, ଭୟଭୀତ ଅବସ୍ଥାରେ ଗାଁଲୋକେ

ରେଢ଼ାଖୋଲ, (୨୬/୦୬) : ଆପ୍ର : ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ । ଜଙ୍ଗଲରୁ ଆସି ଆତଙ୍କ ମଚାଇଛନ୍ତି । ଭୟଭୀତ ଅବସ୍ଥାରେ...