ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

Date:

Share post:

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି ଜିଲ୍ଲା ଅଡ଼ବା ଥାନା ପୋଲିସ । ଠକେଇ କରି ବାଇକ ଏବଂ ଜମିବାଡ଼ି କାଗଜପତ୍ର ହଡ଼ପ କରୁଥିଲା ଅଭିଯୁକ୍ତ ।

ଏହି ମାମଲାରେ ସଂପୃକ୍ତ ଥିବା ମୁଖ୍ୟ ମାଷ୍ଟର ମାଇଣ୍ଡ କେ. ରବୀନ୍ଦ୍ର ରେଡ୍ଡୀକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଆର. ଉଦୟଗିରି ଏସଡିପିଓ ତଥା IPS ଅଧିକାରୀ ରାକେଶ ସାହୁଙ୍କ ନେତୃତ୍ବରେ ଅଭିଯୁକ୍ତଙ୍କ ବାସଭବନରେ କରାଯାଇଥିଲା ମାରାଥନ ଚଢ଼ାଉ । ଏକାସଙ୍ଗେ ୧୩୭ଟି ବାଇକ୍, ୧୨୮ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୩ ଲକ୍ଷ ୬୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି ।

ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ରବୀନ୍ଦ୍ର ସ୍ଥାନୀୟ ଅଞ୍ଚଳର ଆର୍ଥିକ ଅନଗ୍ରସର ଲୋକଙ୍କୁ ନିଜ ଶିକାର ବନାଉଥିଲା । ଲୋକମାନଙ୍କର ଟଙ୍କାର ଜରୁରୀ ଆବଶ୍ୟକତା ପଡ଼ିଲେ, ସେ ସାହାଯ୍ୟ କରିବା ବାହାନାରେ ସେମାନଙ୍କୁ ନିଜ ପାଖକୁ ଡାକୁଥିଲା । ସେମାନଙ୍କୁ କିଛି ପରିମାଣର ଋଣ ଦେଇ ବଦଳରେ ସେମାନଙ୍କ ମୋଟରସାଇକେଲ୍ ବନ୍ଧକ ରଖୁଥିଲା । ଏହା ସହିତ ଗାଡ଼ିର ମୂଳ କାଗଜପତ୍ର, ପ୍ରପର୍ଟି ଡକ୍ୟୁମେଣ୍ଟସ ଏବଂ ଖାଲି ଷ୍ଟାମ୍ପ ପେପରରେ ଲୋକଙ୍କ ସ୍ୱାକ୍ଷର ନେଇ ନେଉଥିଲା । ପରେ ତାର ଅସଲ ଖେଳ ଦେଖାଉଥିଲା ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଘରେ କେହି ନଥିବା ବେଳେ ଲୁଟିନେଲେ ଲୁଟେରା, ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଉଦଳା, (12/06) : ଆପ୍ର : ଆସିଲେ ଘର ସାମ୍ନା ରାସ୍ତାରେ ବୁଲିଲେ । ଘରୁ ମହିଳା ବାହାରିଯିବା ଦେଖିବାପରେ କିଛି କ୍ଷଣରେ ଲୁଟିନେଲେ ।...