Homelocalଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ନୀତି କାନ୍ତି ପାଇଁ ହେବ ଆଲୋଚନା

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ନୀତି କାନ୍ତି ପାଇଁ ହେବ ଆଲୋଚନା

ପୁରୀ, (୦୫/୦୬) : ଆପ୍ର : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୩୦ରେ ବସିବ ବୈଠକ ।

ଗତ ୩୧ରେ ଅନୁଷ୍ଠିତ ଛତିଶା ନିଯୋଗ ଓ ନୀତି ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ ତଥା ଶ୍ରୀଜୀଉଙ୍କ ଚଳିତବର୍ଷ ଅନୁଷ୍ଠିତ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡାଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ ଅନୁମୋଦନ କରାଯିବ । ସେହିପରି ଗତ ପରିଚାଳନା କମିଟି ବୈଠକ ପରେ ଅନୁଷ୍ଠିତ ବିଭିନ୍ନ ସବ୍-କମିଟି ଯଥା ପ୍ରକଳ୍ପ ସାଂସ୍କୃତିକ ସବ୍-କମିଟି ଓ ପ୍ରକଳ୍ପ ବୈଷୟିକ ସବ୍-କମିଟି ଯୁଗ୍ମ ବୈଠକର ବିବରଣୀ ଏବଂ ନୀତି ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ ତଥା ଶ୍ରୀମନ୍ଦିର ସୁରକ୍ଷା ସବ୍-କମିଟି ବୈଠକର ବିବରଣୀ ଉପରେ ଆଲୋଚନା କରାଯିବ l ଶ୍ରୀମନ୍ଦିର ସୁରକ୍ଷା ଓ ନୀତି କାନ୍ତି ଶୃଙ୍ଖଳିତ ନେଇ ମଧ୍ୟ ହେବ ଆଲୋଚନା ।

ଏହାସହ ବୈଠକରେ ଜୁନ୍ ମାସରେ କେଉଁ କେଉଁ ଦିନ ଭିତର ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି କରାଯିବ ତାହା ଉପରେ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ତାରିଖ ନିର୍ଧାରିତ ହେବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments