ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି, ଅଭିଯୁକ୍ତ ଗିରଫ

Date:

Share post:

ଭୁବନେଶ୍ୱର, (୨୨/୦୬) : ଆପ୍ର : ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି । ଫେକ ସାର୍ଟିଫିକେଟରେ ଗୃହ ବିଭାଗରେ ଚାକିରି କାରସାଦି । ବନ୍ଧା ହେଲେ କର୍ମଚାରୀ ।

ଜୁନିୟର ଏକ୍ଜ୍ୟୁକେଟିଭ ଆସିଷ୍ଟାଣ୍ଟ ଶିବ ପ୍ରସାଦ ରଥ ଗିରଫ । ପୁରୀ ଗୋପ ନାଗପୁର ଅଞ୍ଚଳରୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଉତ୍ତର ପ୍ରଦେଶ ମୋନାଡ ୟୁନିଭରସିଟିର ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ । ଓଡ଼ିଶା ଷ୍ଟାଫ ସିଲେକ୍ସନ ସୁପାରିଶ କ୍ରମେ ଚାକିରି ପାଇଥିଲେ । ଉତ୍ତରପ୍ରଦେଶ ହାପୁର ପୋଲିସ ଦ୍ବାରା ସାର୍ଟିଫିକେଟ ଯାଞ୍ଚ ବେଳେ ଧରାପଡ଼ିଥିଲା ନକଲି ସାର୍ଟିଫିକେଟ କାରସାଦି । ଗୃହ ବିଭାଗ ଉପସଚିବ ପ୍ରଦୀପ ବେହେରାଙ୍କ ଲିଖିତ ରିପୋର୍ଟ ଆଧାରରେ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଅଭିଯୁକ୍ତ ଠାରୁ ନକଲି ବିସିଏ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ, ପ୍ରୋଭିଜିନାଲ ସାର୍ଟିଫିକେଟ ଜବତ ହୋଇଛି । ଅଭିଯୁକ୍ତକୁ କ୍ୟାପିଟାଲ ଥାନା କେସ ନମ୍ବର ୪୦୫/୨୬ ରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

୧୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍, ୨ ଗିରଫ

କଟକ, (୨୨/୦୬) : ଆପ୍ର : ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କରିଛି ଜିଲ୍ଲା ଅବକାରୀ...

ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

ଉମରକୋଟ, (୨୨/୦୬) : ଆପ୍ର : ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ...

କେନ୍ଦୁଝରରେ ଦନ୍ତା ଆତଙ୍କ, ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ

ବାଂଶପାଳ, (୨୨/୦୬) : ଆପ୍ର : କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ...

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ନାଁ’ରେ ମାମଲା ରୁଜୁ

ବ୍ରହ୍ମପୁର, (୨୨/୦୬) : ଆପ୍ର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁ'ରେ...