ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ ! ପୁଅ ଅଟକ

Date:

Share post:

ପୁରୀ, (୨୨/୦୬) : ଆପ୍ର : ଫାଦର୍ସ ଡେ’ରେ ବଡ଼ ଅଘଟଣ । ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ । ଘର ଭିତରେ ପଙ୍ଖାରେ ଝୁଲି ପଡ଼ିଲେ ଦମ୍ପତି

ମୃତ ଦମ୍ପତି ପୁରୀ ଜିଲ୍ଲା ତାଳବଣିଆ ଥାନା ସେନାପତି ବଗିଚାର ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର । ଅନ୍ୟପଟେ ନିଶା ସେବନ କରିବା ସହ ବାପାମାଆଙ୍କ ଉପରେ ରାଗି ଯାଆନ୍ତି ବୋଲି ସ୍ୱିକାର କରିଛନ୍ତି ପୁଅ । କିନ୍ତୁ ଏଥିପାଇଁ ମୃତ୍ୟୁ ହୋଇଥିବା କଥାକୁ ସମ୍ପୂର୍ଣ୍ଣ ଅସ୍ୱିକାର କରିଛନ୍ତି । ଗତକାଲି ରାତିରେ ପୁଅ ଅନୁସଙ୍ଗୀତ ମିଶ୍ରଙ୍କୁ ଖାଇବାକୁ ଦେଇଥିଲେ ସଙ୍ଗୀତା । ପରେ ସୋଇବାକୁ ଯାଇଥିଲେ । ସକାଳେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଁ ପୁରୀ ସଦର ଥାନାକୁ ଖବର ଦେଇଥିଲେ ପୁଅ ଅନୁସଙ୍ଗୀତ । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ କରାଇବା ପରେ ସ୍ୱର୍ଗଦ୍ୱାରରେ ଶବଦାହ କରାଯାଇଛି ।

ଅନୁସଙ୍ଗୀତ ଜଣେ ବି-ଟେକ୍ ଛାତ୍ର । ୨୧ ଥର ଚାକିରି ବଦଳାଇଛନ୍ତି । ତାଙ୍କ ନିଶା ସେବନକୁ ନେଇ ସଦାବେଳେ ପରିବାର ମଧ୍ୟରେ ଅଶାନ୍ତି ଲାଗିରହୁଥିଲା । ବାପାଙ୍କ ମୋବାଇଲରୁ କକେଇଙ୍କ ପାଖକୁ ଥ୍ୟାଙ୍କ୍ ୟୁ ମେସେଜ୍ ପଠାଇଥିଲେ । ଘଟଣାକୁ ନେଇ ଛାନଭିନ୍ ଜାରି ରଖିବା ସହ ମୃତକଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରୁଛି ତାଳବଣିଆ ଥାନା ପୋଲିସ । ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

spot_img

Related articles

୧୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍, ୨ ଗିରଫ

କଟକ, (୨୨/୦୬) : ଆପ୍ର : ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କରିଛି ଜିଲ୍ଲା ଅବକାରୀ...

ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

ଉମରକୋଟ, (୨୨/୦୬) : ଆପ୍ର : ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ...

କେନ୍ଦୁଝରରେ ଦନ୍ତା ଆତଙ୍କ, ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ

ବାଂଶପାଳ, (୨୨/୦୬) : ଆପ୍ର : କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ...

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ନାଁ’ରେ ମାମଲା ରୁଜୁ

ବ୍ରହ୍ମପୁର, (୨୨/୦୬) : ଆପ୍ର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁ'ରେ...