Homeaccidentବ୍ରିଜ୍ ଉପରୁ ୫୦ ଫୁଟ୍ ତଳକୁ ଖସିଲା କାର୍, ଡ୍ରାଇଭରଙ୍କ ମୃତ୍ୟୁ

ବ୍ରିଜ୍ ଉପରୁ ୫୦ ଫୁଟ୍ ତଳକୁ ଖସିଲା କାର୍, ଡ୍ରାଇଭରଙ୍କ ମୃତ୍ୟୁ

ଭଞ୍ଜନଗର, (୩୧/୦୭) : ଆପ୍ର : ସକାଳୁ ସକାଳୁ ବଡ଼ ଅଘଟଣ । ବ୍ରିଜ୍ ଉପରୁ ପ୍ରାୟ ୫୦ ଫୁଟ ତଳକୁ ଖସିପଡିଲା ଚଳନ୍ତା କାର୍ । ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ନୂଆଗାଁ ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦର୍ଘଟଣା ଘଟିଛି । ମୃତକ ହେଲେ ଭଞ୍ଜନଗରର ସୁନୀଲ ମହାନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ୍ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କାର୍ ଭିତରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବେଲଗୁଣ୍ଠା ଠାରୁ ଭଂଜନଗର ଅଭିମୁଖେ ଯାଉଥିବା ବେଳେ, ଭାରସାମ୍ୟ ହରାଇ କାର୍ ଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲା । କାର୍ ଭିତରେ ଜଣେ ହିଁ ଥିଲେ । ଭଂଜନଗର ମେଡିକାଲରେ ବେଲଗୁଣ୍ଠା ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments