Homelocalପ୍ରଶାସନଙ୍କ ସେବାରେ ବ୍ୟବହାର ହେବ ଏଆଇ

ପ୍ରଶାସନଙ୍କ ସେବାରେ ବ୍ୟବହାର ହେବ ଏଆଇ

ସୁବର୍ଣ୍ଣପୁର, (୩୦/୦୭ ): ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ଙ୍କ ମିଳିତ ଆୟୋଜନରେ ଜିଲ୍ଲାପାଳ କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ “AI Tools for Operational Excellence” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଉପସ୍ଥିତ ରହି କର୍ମଶାଳାର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (AI)ର ସଠିକ୍ ବ୍ୟବହାର ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଦ୍ରୁତ କରାଯାଇପାରିବ । ସରକାରୀ ସେବା ପ୍ରଦାନରେ AIର ଉପଯୋଗିତାକୁ ଅଧିକ ବଢ଼ାଇବା ପାଇଁ ସେ ସମସ୍ତ ଅଧିକାରୀଙ୍କୁ ଏହାର ବ୍ୟବହାରିକ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ ।

ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର ଏବଂ ସରକାରୀ କାର୍ଯ୍ୟରେ ଏହାର ପ୍ରୟୋଗ ସମ୍ପର୍କରେ ସଚେତନ ହୋଇଥିଲେ । କର୍ମଶାଳାରେ AI ମାଧ୍ୟମରେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସରଳ, ଦ୍ରୁତ ଏବଂ ଦକ୍ଷ କରିବା ସହ ବିଭିନ୍ନ AI ଟୁଲ୍‌ର ବ୍ୟବହାରିକ ପ୍ରଦର୍ଶନ କରାଯାଇଥିଲା । ସରକାରୀ ଚିଠିପତ୍ର ପ୍ରସ୍ତୁତି, ରିପୋର୍ଟ ତିଆରି, ତଥ୍ୟ ବିଶ୍ଳେଷଣ ଓ ପ୍ରେଜେଣ୍ଟେସନ୍ ପ୍ରସ୍ତୁତିରେ AIର ଉପଯୋଗିତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, AIର ସଠିକ୍ ବ୍ୟବହାର ମାଧ୍ୟମରେ ନାଗରିକଙ୍କୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଶୀଘ୍ର ସେବା ପ୍ରଦାନ କରିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ । କର୍ମଶାଳାରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments