ବୋରିଗୁମ୍ମା, (୮/୧୦) : ଆପ୍ର : ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଓଡିଶା ବନ୍ଦ ପାଳନ କରାଯାଇଥିଲା ।
ଏହି କ୍ରମରେ କୋରାପୁଟ ଜିଲ୍ଲା ସମସ୍ତ ବ୍ଲକ, ମ୍ୟୁନିସିପାଲିଟି, ଏନଏସି ମାନଙ୍କରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । କୋରାପୁଟ, ଜୟପୁର, ବୋରିଗୁମ୍ମା, କୋଟପାଡ଼, ସେମିଲିଗୁଡା, ପଟ୍ଟାଙ୍ଗି, ଲକ୍ଷ୍ମୀପୁର, ଏବଂ ଜିଲ୍ଲାର ସମସ୍ତ ବ୍ଲକରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଯାଇଛି । ଜିଲ୍ଲାର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ,ସରକାରୀ ଏବଂ ବେସରକାରୀ ଅଫିସ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ ବନ୍ଦ ହେବା ସହ ଯାତାୟାତ ପୁରା ଠପ ହୋଇଯାଇଥିଲା । ବୋରିଗୁମ୍ମା ଠାରେ ସକାଳ ୬ଘଣ୍ଟ ଠାରୁ ବନ୍ଦ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା ।
ବ୍ଲକ୍ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ, କଂଗ୍ରେସ ନେତା ରାମଚନ୍ଦ୍ର ପାଢ଼ୀ, ବିଜୟ ନାରାୟଣ ସାହୁ,ସୁରେଶ ରାଉତ ପ୍ରମୁଖଙ୍କ ନେତୃତ୍ଵରେ ଟ୍ରାଫିକ୍ ଛକ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ ବିଧାୟକ ଶ୍ରୀ ବାହିନୀପତି MMDR ବିଲ୍ ପ୍ରତ୍ୟାହାର ସହ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

