ସୁବର୍ଣ୍ଣପୁର , (୨୧/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଆଜି ସନ୍ଧ୍ୟା ବରିଷ୍ଠ ନାଗରିକ ଦିବସ ଆଇ ଆଇ ସି ଅନିତା କିଡୋ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ସମ୍ବାନୀତ ଅତିଥି ଭାବେ ବରିଷ୍ଠ ନାଗରିକ ପ୍ରମୋଦ କୁମାର ପଣ୍ଡା, ଯୋଗଦେଇ ବରିଷ୍ଠ ନାଗରିକ ଙ୍କ ଅଧିକାର ଓ ସାଇବର ଠକ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏସ ଆଇ ମରୁତ ଚନ୍ଦ୍ର ପଧାନ, ମଞ୍ଚ ପରିଚାଳନା କରିଥିବାବେଳେ ଏ ଏସ ଆଇ ଶଶୀରେଖା ଲୁହା ଧନ୍ୟବାଦ ଦେଇଥିଲେ । ଏହି ଉପଲକ୍ଷେ ନୂତନ କରି ୩୨ ଜଣ ବରିଷ୍ଠ ନାଗରିକ ଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଅକ୍ଷୟ ପୁଜାହାରୀ, ପ୍ରମୋଦ ପଣ୍ଡା, ମୀନକେତନ ମିଶ୍ର ପୂର୍ଣ୍ଣ ଚନ୍ଦ୍ର ମେହେର, ହରିଭକ୍ତ ମେହେର ଦିଲ୍ଲୀପ ଅଗ୍ରୱାଲ, ଚରଣ ମେହେର, ଅକ୍ଷୟ ମେହେର ଅଚ୍ୟୁତ ମେହେର, ପଞ୍ଚାନନ ପଣ୍ଡା, ଭୀମସେନ ମହାକୁର, ମାନଭଞ୍ଜନ ପୂଝରୀ ଆଦି ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

