Homecrimeସ୍ୱାମୀ ସାଜିଲା ରାକ୍ଷାସ, ସ୍ତ୍ରୀ ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା

ସ୍ୱାମୀ ସାଜିଲା ରାକ୍ଷାସ, ସ୍ତ୍ରୀ ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା

ବାଂଶପାଳ, (୩୧/୧୦) : ଆପ୍ର : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସ୍ତ୍ରୀ ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା ସ୍ୱାମୀ । ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ ।

ହତ୍ୟା କରିସାରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲା ସ୍ୱାମୀ । ଆଜି ମୃତଦେହକୁ ଉଦ୍ଧାର କଲା ନୟାକୋଟ ପୋଲିସ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କୁଶକଳା କାଳିଆଡ଼ିହି ସାହିରେ । ମୃତକ ମେଂଜତି ମୁଣ୍ଡା । ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାକୁ ଥାନାରେ ଅଟକ ରଖିଛି ପୋଲିସ୍ । ଘଟଣାସ୍ଥଳରେ ପହଁଚି ନୟାକୋଟ ପୋଲିସ୍ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, କାଳିଆ ଡ଼ିହି ସାହିର ଗଲୁ ମୁଣ୍ଡା ମଙ୍ଗଳବାର ଦିନ ବେଳା କାମକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିଥିଲେମୃତକ ମେଂଜତି ମୁଣ୍ଡା । ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାକୁ ଥାନାରେ ଅଟକ ରଖିଛି ପୋଲିସ୍ । ଘଟଣାସ୍ଥଳରେ ପହଁଚି ନୟାକୋଟ ପୋଲିସ୍ ତଦନ୍ତ ଜାରି ରଖିଛି । ନିଶାଶକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀକୁ ଖାଇବାକୁ ମାଗିଥିଲେ । ସ୍ତ୍ରୀ ମେଂଜତି ମୁଣ୍ଡା ମଧ୍ୟ ନିଶାରେ ଥିଲେ । ତେବେ ଉଭୟଙ୍କ ମଧ୍ୟରେ ହଠାତ୍ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ୱାମୀ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଇଥିଲେ ।

ତେବେ ହତ୍ୟା କରି ସାରିବା ପରେ ଗାଁ ନିକଟସ୍ଥ ଏକ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲେ । ତେବେ ୪ଦିନ ପରେ ଆଜି ତାଙ୍କ ପୁଅ ଘଟଣା ବିଷୟରେ ନୟାକୋଟ ପୋଲିସକୁ ଜଣାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ କୁ ଉଦ୍ଧାର କରି ତଦନ୍ତ ଜାରି ରଖଛି । ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାକୁ ଅଟକ ରଖି ପଚରା ଉଚୁରା କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments