Homebreaking newsଘର ଭିତରେ ଶୋଇଥିଲେ ପରିବାର ଲୋକେ, ଝରକା କାଟି ସବୁ ଲୁଟି ନେଲା ଚୋର

ଘର ଭିତରେ ଶୋଇଥିଲେ ପରିବାର ଲୋକେ, ଝରକା କାଟି ସବୁ ଲୁଟି ନେଲା ଚୋର

କାମାକ୍ଷାନଗର, (୩୧/୧୦) : ଆପ୍ର : ଘର ଭିତରେ ଶୋଇଥିଲେ ପରିବାର । ରାତିର ଅନ୍ଧାରରେ ଝରକା କାଟି ଘରେ ପଶିଲେ ଚୋର, ଆଉ ଗଡ଼ରେଜ୍ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ।

ଘରର ଗୋଟିଏ ରୁମ୍‌ରେ ପରିବାର ଶୋଇଥିବା ବେଳେ ଅନ୍ୟ ରୁମ୍‌ରେ ଚାଲିଥିଲା ଲୁଟ୍ । ସକାଳୁ ନିଦ ଭାଙ୍ଗିବା ପରେ ସାମ୍ନାକୁ ଆସିଲା ଚୋରିର ପୂରା ଘଟଣା । କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ସାହିରେ ଘଟିଛି ଏହି ଚୋରି ଘଟଣା । ପ୍ରଦିପ କୁମାର ମିଶ୍ରଙ୍କ ପରିବାରର ସମସ୍ତ ସଦସ୍ୟ ଗୋଟିଏ ରୁମ୍‌ରେ ଶୋଇଥିବାବେଳେ ଲୁଟେରାମାନେ ଅନ୍ୟ ଏକ ରୁମ୍‌ର ଝରକା କାଟି ଘର ଭିତରକୁ ପଶିଥିଲେ । ପରେ ଗଡ଼ରେଜ୍ ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲେ । ଏପରିକି ଘର ଭିତରେ ଥିବା ଜିନିଷପତ୍ରକୁ ଏଣେତେଣେ ଫିଙ୍ଗି ଦେଇଥିଲେ ।

ସକାଳେ ଉଠିବା ପରେ ଘରର ଅବସ୍ଥା ଦେଖି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ପ୍ରାଥମିକ ଆକଳନ ଅନୁଯାୟୀ, ୧୫ ହଜାର ଟଙ୍କା ନଗଦ ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଛି । ତେବେ ରାତି ଅଧରେ ଘରେ ପଶି ଏଭଳି ଲୁଟ୍ କରିଥିବା ଦୁର୍ବୃତ୍ତ କିଏ? ତାହାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ପୂର୍ବରୁ କିଛି ମାସ ତଳେ ଏଠାରେ ଥିବା ଏକ ମନ୍ଦିରରୁ ଲୁଟ୍ ହୋଇଥିଲା । ତେବେ ତାର ମଧ୍ୟ କୈାଣସି ସନ୍ଧାନ ମିଳିପାରି ନାହିଁ ।ପୋଲିସ୍ ପେଟ୍ରୋଲିଂ କଡାକଡି କରିବା ପାଇଁ ଦାବି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments