Homeaccidentସ୍କୁଟି ଉପରେ ଚଢ଼ିଗଲା ବସ୍, ଜଣେ ମହିଳା ମୃତ

ସ୍କୁଟି ଉପରେ ଚଢ଼ିଗଲା ବସ୍, ଜଣେ ମହିଳା ମୃତ

ଖୋର୍ଦ୍ଧା//ବେଗୁନିଆ, (୧୧/୦୬) : ଆପ୍ର : ସ୍କୁଟି ଉପରେ ଚଢ଼ିଗଲା ବସ୍ । ଏହି ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଭୟଙ୍କର ଦୁର୍ଘଟଣା ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥର ସାରୁଅ ବଜାର ମଝିରେ ଦେଖିବାକୁ ମିଳିଛି ।

ମୃତକଙ୍କ ପରିଚୟ ଚିହ୍ନଟ ହୋଇଛି । ମୃତକ ମହିଳା ହେଲେ ହାଲୁରି ପାହାଡ଼ସିଂ । ସୂଚନାନୁଯାୟୀ, ସ୍କୁଟିରେ ସମ୍ପର୍କୀୟଙ୍କୁ ଛାଡିବାକୁ ବଜାର ଯାଉଥିବାଲେ ମହିଳା । ସେହି ସମୟରେ ତାଙ୍କ ସ୍କୁଟି ଉପରେ ବସ୍ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେକହିବାକୁ ମିଳିଥିଲା । ତେଣୁ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତା ଅବରୋଧ କରିଥିଲେ । ଏହି ବିଷୟରେ ସୂଚନା ପାଇଁ ଖୋର୍ଦ୍ଧା ଏସଡିପିଓ ଏବଂ ବାଘମାରୀ ପୋଲିସ ପହଞ୍ଚିଥିଲେ । ଏହା ପରେ ପୋଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments