ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବ

Date:

Share post:

ରାୟଗଡା, (୧୧/୦୬) : ଆପ୍ର : ରାୟଗଡା ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ବ୍ୟାଡମିଣ୍ଟନ୍ କୋର୍ଟରେ ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ଦୁଇ ମାସ ଧରି ଚାଲିଥିବା ବ୍ୟାଡମିଣ୍ଟନ୍ ପ୍ରଶିକ୍ଷଣ ଶିବିର ଓ ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବ ଆନୁଷ୍ଟିତ ହୋଇଯାଇଛି ।

କୋଚ୍ ଏ. ତ୍ରିନାଥ ରାଓଙ୍କ ତତ୍ତ୍ୱାବଧାନରେ ଫାଇନାଲ୍ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୱାକର. ଟି. ଜୟରାମ, ଏବଂ ପ୍ରତାପ ଚନ୍ଦ୍ର ବାଉରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ,କ୍ଲବ ସଦସ୍ୟ ଏବଂ ସ୍ଥାନୀୟ ଲୋକେ ଏହି ଚିତା କର୍ଷକ ଖେଳର ଭରପୂର ମଜା ଉଠାଇଥିଲେ । ଖେଳାଳି ମାନଙ୍କ ଦକ୍ଷତା ଓ କ୍ରୀଡ଼ା ମନୋଭାବ ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ।

ସାଇପ୍ରୀୟା ୱାକର୍ଷ କ୍ଲବ୍ ଯୁବପିଢ଼ୀଙ୍କୁ ନିୟମିତ କ୍ରୀଡ଼ା ଚର୍ଚ୍ଚା ମାଧ୍ୟମରେ ଶାରୀରିକ ଓ ମାନସିକ ବିକାଶ ଦିଗରେ ଅଗ୍ରସର ହୋଇଥିବାର କହିଛନ୍ତି ଖେଳାଳି। ସାଇପ୍ରିୟା ୱାକର୍ସ କ୍ଲବର ସଭାପତି ଜୟକୃଷ୍ଣ ପ୍ରଧାନ,ସମ୍ପାଦକ ଜଗନ୍ନାଥ ନାୟକ, କୋଷାଧ୍ୟକ୍ଷ କେ. ବୈକୁଣ୍ଠ ରାଓ, ଉପସଭାପତି ଲାଲମୋହନ ବେହେରା ଓ ବିପ୍ରଚରଣ ବ୍ରହ୍ମାଙ୍କ ନିଷ୍ଠାପର ସଂଗଠନ କୌଶଳ, କ୍ଲବର ପ୍ରତିଷ୍ଠାତା ସଭାପତି ସୁବାସ ଚନ୍ଦ୍ର ବେହେରା ଓ ଜୋନାଲ୍ ସଭାପତି ଡା. ଏମ୍. ସୁରେଶ କୁମାରଙ୍କ ମାର୍ଗଦର୍ଶନ ସର୍ବଦା ଏହି କ୍ଲବ୍ ପାଇଁ ନିହାତି ଜରୁରୀ ବୋଲି କହିଛନ୍ତି ୱାକର୍ଷ ସଦସ୍ୟ ମାନେ । କ୍ଲବ୍ ସଦସ୍ୟ ସଦସ୍ୟା ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠାପର ମନୋଭାବ ଏବଂ ସମର୍ପଣ ଯୋଗୁଁ ଆଜିର କାର୍ଯ୍ଯକ୍ରମ ସ୍ମରଣୀୟ, ଗୌରବମୟ ହୋଇଛି । ଟୁର୍ଣ୍ଣାମେଣ୍ଟ ଦ୍ଵାରା ଶୃଙ୍ଖଳା, ଭ୍ରାତୃତ୍ୱ ଓ ସାମାଜିକ ଏକତା ସୃଷ୍ଟି କରି ଗଭୀର ଛାପ ଛାଡ଼ିଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି । ବନ୍ୟା ଓ ଲଗାଣ...

ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ...