ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ, ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ

Date:

Share post:

ଭୁବନେଶ୍ବର, (୧୧/୦୬) : ଆପ୍ର : ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ । ଆସନ୍ତା ୧୩ ତାରିଖ ବେଳକୁ ଦୁଇରୁ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବ ।

ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ଦିନ ଯାଏ ଲାଗି ରହିବ ଗରମ ଗୁଳୁଗୁଳି । ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ରାଜ୍ୟରେ ଆସନ୍ତା ୧୩ ତାରିଖ ବେଳକୁ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇପାରେ । ତେବେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ । ପାଗ ଅନୁକୂକ ରହିଥିବାରୁ ଆଗାମୀ ୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ । ଆଗାମୀ ୨୪ ଘଣ୍ଟା ରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ,, ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ଝଟକା ପବନ ବହିବା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି । ବନ୍ୟା ଓ ଲଗାଣ...

ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ...