Homelocalସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକଙ୍କ ଗୁଣପୁର ଗସ୍ତ

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକଙ୍କ ଗୁଣପୁର ଗସ୍ତ

ଗୁଣପୁର, (୧୨/୧୧) : ଆପ୍ର : ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ଗୁଣପୁର ଗସ୍ତ କରିଥିଲେ ।WhatsApp Image 2026 11 12 at 18.09.15

ଏହି ଗସ୍ତ ସମୟରେ ଗୁଣପୁରସ୍ଥ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ପାଠାଗାରରେ ଗଛିତ ଥିବା ବହି, ଖବର କାଗଜ, ସଭ୍ୟ ସଭ୍ୟାଙ୍କ ସଦସ୍ୟତା ଆଦି ଯାଞ୍ଚ କରିଥିଲେ । ପାଠାଗାରର ସାଜସଜ୍ଜା, ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ଯୁବ ବର୍ଗଙ୍କୁ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଦେଖି ଉପ ନିର୍ଦ୍ଦେଶକ ଖୁସି ବ୍ୟକ୍ତ କରିଥିଲେ । ପ୍ରତିଦିନ ପାଠାଗାରକୁ ଆସୁଥିବା ପାଠକ ଓ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି କରୁଥିବା ଯୁବ ସମାଜ ପାଠାଗାରକୁ ଆସି ପ୍ରସ୍ତୁତି ଚଲାଇବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ( ନେଟ, ଏସି) ପ୍ରସ୍ତୁତ କରିବା ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପ ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ଗୁଣପୁରର ସାମ୍ବାଦିକ ପ୍ରମୁଖ ସାକ୍ଷାତ କରି ପାଠାଗାର ନିକଟରେ ସଭାଗୃହ ତିଆରି କରିବା, ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା ଆଦି ଉପରେ ଆଲୋଚନା କରିଥିଲେ ।WhatsApp Image 2026 11 12 at 18.09.15 1

ପରେ ଉପ ନିର୍ଦ୍ଦେଶକ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ସହ ସାକ୍ଷାତ କରି ସୂଚନା କେନ୍ଦ୍ରର ଆବଶ୍ୟକ ଦସ୍ତାବିଜ ନିମନ୍ତେ ଅନୁରୋଧ କରିଥିଲେ । ଉପ ନର୍ଦ୍ଦେଶକଙ୍କ ଗସ୍ତ ସମୟରେ ରାୟଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ରାୟଗଡ଼ ସୂଚନା କେନ୍ଦ୍ର ଗ୍ରନ୍ଥାଗାରିକ ଡ଼ମ୍ବରୁଧର ପଣ୍ଡା, ଅନନ୍ତ ପାତ୍ର, ସୋମନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments