Homelocalଗୁଣପୁର ତହସିଲ : ଜଳତାର ଆର୍‌ଆଇ ସର୍କଲରେ ୪୯ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ଗୁଣପୁର ତହସିଲ : ଜଳତାର ଆର୍‌ଆଇ ସର୍କଲରେ ୪୯ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ଗୁଣପୁର, (୧୦/୧୦) : ଆପ୍ର : ତୃଣମୂଳ ସ୍ତରରେ ସୁଶାସନକୁ ସୁଦୃଢ଼ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଜମି ଅଧିକାର ପ୍ରଦାନ କରିବା ଦିଗରେ ଗୁଣପୁର ତହସିଲ ପ୍ରଶାସନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।

ଗୁଣପୁର ତହସିଲ ଅନ୍ତର୍ଗତ ଜଳତାର ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସର୍କଲରେ ମୋଟ ୪୯ ଜଣ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନା ଏବଂ କଲମ୍-୨ ଅନ୍ତର୍ଗତ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଜମିର ଅଧିକାର ପ୍ରଦାନ ସହ ଆଇନଗତ ସ୍ୱୀକୃତି ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ବସୁନ୍ଧରା ଯୋଜନା ଏବଂ କଲମ୍-୨ ଅନ୍ତର୍ଗତ ପଟ୍ଟା ବଣ୍ଟନ ଜରିଆରେ ଜମି ଅଧିକାରରୁ ବଞ୍ଚିତ ଯୋଗ୍ୟ ଲୋକଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ଦିଗରେ ପ୍ରଶାସନର ଉଦ୍ୟମ ପ୍ରତିଫଳିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଗୁଣପୁର ତହସିଲଦାର ଲୀଲାବତୀ ଆଚାର୍ଜୀ , ଅତିରିକ୍ତ ତହସିଲଦାର ଲିପ୍ସା କହଁର ଏବଂ ଜଳତାର ରାଜସ୍ୱ ନିରୀକ୍ଷକ ଜିତେନ୍ଦ୍ର ଶବର ଉପସ୍ଥିତ ଥିଲେ । ଗୁଣପୁର ତହସିଲ ପ୍ରଶାସନର ଏହି ପଦକ୍ଷେପ ଲୋକାଭିମୁଖୀ ଶାସନ, ଦାୟିତ୍ୱପୂର୍ଣ୍ଣ ପ୍ରଶାସନ ଏବଂ ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉଦାହରଣ ଭାବେ ବିବେଚିତ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments