Homelocal'ସୁସ୍ଥ ତ୍ୱଚା, ସୁସ୍ଥ କେଶ, ସୁସ୍ଥ ଜୀବନ'ର ବାର୍ତ୍ତା ଦେଲେ ଡ଼ା. ସୁରଭ

‘ସୁସ୍ଥ ତ୍ୱଚା, ସୁସ୍ଥ କେଶ, ସୁସ୍ଥ ଜୀବନ’ର ବାର୍ତ୍ତା ଦେଲେ ଡ଼ା. ସୁରଭ

ମୁରିବାହାଲ, (୩/୦୮) : ଆପ୍ର : ସମାଜସେବା ସହ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି ଏବଂ ସୃଜନ ଶାଖା, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପକ୍ଷରୁ ସ୍ଥାନୀୟ ହରିଭବନଠାରେ ଏକ ନିଃଶୁଳ୍କ ସ୍କିନ୍ କେୟାର କ୍ୟାମ୍ପ ସଫଳତାର ସହ ଅନୁଷ୍ଠିତ ହୋଇଛି ।WhatsApp Image 2026 08 04 at 09.28.23 1

କ୍ୟାମ୍ପରେ କଣ୍ଟାବାଞ୍ଜି ସମେତ ଆଖପାଖ ଅଞ୍ଚଳରୁ ୧୦୦ରୁ ଅଧିକ ମହିଳା, ପୁରୁଷ ଓ ଯୁବକ-ଯୁବତୀ ଯୋଗଦେଇ ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବାର ସୁବିଧା ପାଇଥିଲେ । କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସମ୍ପାଦକ ପୁରନ୍ଦର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ସ୍ୱାସ୍ଥ୍ୟମୂଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଅଗ୍ରୱାଲ ସଭା ଟ୍ରଷ୍ଟର ଅଧ୍ୟକ୍ଷ ଅଶୋକ ଛାପଡିୟା, ସଚିବ ଲଳିତ ଅଗ୍ରୱାଲ, ସାମ୍ବାଦିକ ସଂଘ ସଭାପତି ମୋହନ ସୋନି ଓ ଡ଼ା. ଶ୍ୱେତା ସାହୁ ମଞ୍ଚାସୀନ ଥିଲେ ।

ଡ଼ା. ସୁରଭିଙ୍କ ପରାମର୍ଶ : ଶିବିରରେ ପ୍ରସିଦ୍ଧ ଚର୍ମ ଓ କେଶ ରୋଗ ବିଶେଷଜ୍ଞ ଡ଼ା. ସୁରଭି ଖଣ୍ଡେଲୱାଲ (BAMS, PGDCC) ଉପସ୍ଥିତ ରହି ବ୍ରଣ, ଦାଗ, ପିଗମେଣ୍ଟେସନ୍, ଆଲର୍ଜି, କେଶ ଝଡ଼ିବା ଭଳି ବିଭିନ୍ନ ଚର୍ମ ଓ କେଶ ସମସ୍ୟାର ଯାଞ୍ଚ କରିବା ସହ ନିଃଶୁଳ୍କ ପରାମର୍ଶ ପ୍ରଦାନ କରିଥିଲେ। ସେ “ସୁସ୍ଥ ତ୍ୱଚା, ସୁସ୍ଥ କେଶ, ସୁସ୍ଥ ଜୀବନ” ସ୍ଲୋଗାନକୁ ସାର୍ଥକ କରି ଦୈନ୍ଦିନ ଜୀବନରେ ତ୍ୱଚା ଓ କେଶର ସଠିକ୍ ଯତ୍ନ ନେବାର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଏହି ଅବସରରେ କଣ୍ଟାବାଞ୍ଜିର ନୂତନ ଦନ୍ତ ଚିକିତ୍ସକ ଡ଼ା. ପ୍ରିୟା ସୋନିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ମାରୱାଡ଼ି ମହିଳା ସମିତିର ସଭାପତି ପୂନମ ଖଣ୍ଡେଲୱାଲ, ସମ୍ପାଦିକା ଅନୀତା ଡାଲମିଆ, କୋଷାଧ୍ୟକ୍ଷ ସଙ୍ଗୀତା ଝଞ୍ଜରୱାଲିଆ ଏବଂ ସୃଜନ ଶାଖାର ଅଧ୍ୟକ୍ଷା ନେହା ଅଗ୍ରୱାଲ*ଙ୍କ ସମେତ ସମସ୍ତ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ସଚେତନତା ଓ ସମାଜସେବାର ଏହି ଅଭିନବ ପଦକ୍ଷେପକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments