Homelocalପବିତ୍ର ନାଇକ ଙ୍କ ଆକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

ପବିତ୍ର ନାଇକ ଙ୍କ ଆକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

ସୁବର୍ଣ୍ଣପୁର, (୦୩/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅରିଗାଁ ଗ୍ରାମର ଭାଜପା ରାଜ୍ୟ ଯୁବମୁର୍ଚ୍ଚା ସମ୍ପାଦକ ସୌମ୍ୟରଞ୍ଜନ ନାଇକ (ଆକାଶ)ଙ୍କ ବାପା ପବିତ୍ର ନାଇକ(୫୬) ଙ୍କ ଗତକାଲି ବିଲମ୍ବିତ ରାତୀରେ କଟକ ଏସସିବି ଡ଼ାକ୍ତର ଖାନାରେ ଚିକିତ୍ସାଧିନ ଅବସ୍ତାରେ ଅକାଳ ବିଯୋଗ ଘଟିଛି ।

ଏହି ଖବର ପ୍ରଚାର ହେବାପରେ ଅଞ୍ଚଲରେ ଶୋକର ଛାୟା ଖେଲିଯାଇଛି । ସୁଚନା ପବିତ୍ର ଙ୍କ ଦେହ ଅସ୍ତୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନେଇଥିଲେ । ସେଠାରେ ଗୋଟିଏ ଦିନ ମଧ୍ୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ସୋମବାର ଦିନ ନିଜ ଗ୍ରାମ ଅରିଗାଁ କୁ ମୃତ ଦେହ ପହଞ୍ଚିବା ପରେ ତାଙ୍କ ଘରକୁ ବିରମାହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା , ଦଲୀୟ କର୍ମକର୍ତ୍ତା, ବନ୍ଧୁବାନ୍ଧବ, ଗ୍ରାମ ବାସୀ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ସ୍ବଶାନ ଘାଟରେ ଶେଷକୃତ ସମ୍ପନ୍ନ ହୋଇଥିଲା । ତାଙ୍କ ବଡ଼ପୁଅ ଅଲୋକ ରଞ୍ଜନ ନାଇକ ମୁଖାଗ୍ନି ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments