Homelocalମୁରିବାହାଲରେ ବ୍ଲକସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା : ୩୦ କୃତୀ ଶିକ୍ଷାର୍ଥୀଙ୍କୁ ଟ୍ରଫି-ମାନପତ୍ର

ମୁରିବାହାଲରେ ବ୍ଲକସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା : ୩୦ କୃତୀ ଶିକ୍ଷାର୍ଥୀଙ୍କୁ ଟ୍ରଫି-ମାନପତ୍ର

ମୁରିବାହାଲ, (୩/୦୭) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତି ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଇଉଜିଏଚଏସ କର୍ଲା ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା,ବିଇଓ ଶାନ୍ତନୁ କୁମାର ପଢିହାରୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ କୋଦଣ୍ଡଧର ଭୋଇ, ବରିଷ୍ଠ ସାମ୍ବାଦିକ ତଥା ‘ ପ୍ରୟାସ’ ଖବର କାଗଜ ଜିଲ୍ଲା ସାମ୍ବାଦଦାତା ଭଗବାନ ମହାନ୍ତି, ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶାନ୍ତ କୁଅଁର, ମାଲିଶିରା ହାଇସ୍କୁଲ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବାଗ ଓ ସିଆରସିସି ହୃଷିକେଶ ଶିକା ମଞ୍ଚାସୀନ ଥିଲେ ।

ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସଫଳତା ପଛର ପ୍ରସ୍ତୁତି, ଅଧ୍ୟବସାୟ ଓ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ବ୍ଲକର ୩୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଇଓ ଶ୍ରୀ ପଢିହାରୀ, ଏବିଇଓ ଶ୍ରୀ ଭୋଇ, ଇନ୍ଦିରାଗାନ୍ଧୀ ହାଇସ୍କୁଲ ଦେବଙ୍ଗର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମରତନ ମେହେର, ଭୀମରାଓ ଆମ୍ବେଦକର ହାଇସ୍କୁଲ ଗଁରେଇ ପ୍ରଧାନ ଶିକ୍ଷକ କୃତିବାସ ଦାସ ଏବଂ ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ବ୍ଲକ ଟପର ଧରିତ୍ରୀ ଘିଭେଲା ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, ନିୟମିତ ଅଧ୍ୟୟନ, ସମୟ ପରିଚାଳନା, ଗୁରୁଜନଙ୍କ ମାର୍ଗଦର୍ଶନ ଓ ଆତ୍ମବିଶ୍ୱାସ ଯୋଗୁଁ ସେ ସର୍ବାଧିକ ନମ୍ବର ରଖି ବ୍ଲକ ଟପର ହୋଇପାରିଛନ୍ତି । ଅତିଥିବୃନ୍ଦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ତେନ୍ତୁଳୀଖୁଣ୍ଟି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ କୁମ୍ଭାର ମଞ୍ଚ ପରିଚାଳନା କରିଥିବା ବେଳେ ପଞ୍ଚାୟତି ହାଇସ୍କୁଲ ଶିକ୍ଷକ ହେମନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments