Homelocalଶ୍ରାବଣର ପ୍ରଥମ ସୋମବାରରେ ହରିଶଙ୍କରରେ ଭକ୍ତଙ୍କ ସୁଅ

ଶ୍ରାବଣର ପ୍ରଥମ ସୋମବାରରେ ହରିଶଙ୍କରରେ ଭକ୍ତଙ୍କ ସୁଅ

ଖପ୍ରାଖୋଲ, (୦୩/୦୮) : ଆପ୍ର : ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।

ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କାଉଡ଼ିଆମାନେ ପ୍ରଥମେ ପାପନାସିନୀ ଝରଣାରେ ସ୍ନାନ କରି ଜଳ ସଂଗ୍ରହ କରିଥିଲେ । ଭୋର ୨ଟାରୁ ଜଳାଭିଷେକ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରି, ସକାଳ ୪ଟାରେ ମନ୍ଦିର ଖୋଲିବା ପରେ ଧୂପ, ଦୀପ, ଫୁଲ ଓ ବେଲପତ୍ର ଅର୍ପଣ କରି ମହାଦେବଙ୍କୁ ଜଳାଭିଷେକ କରିଥିଲେ । “ବୋଲ ବମ”, “ହର ହର ବମ” ଧ୍ୱନୀରେ ସମଗ୍ର ହରିଶଙ୍କର ପୀଠ ମୁଖରିତ ହୋଇଉଠିଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments