ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ, ମୃତଦେହକୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍ ଟିମ୍

Date:

Share post:

ରାଉରକେଲା, (୦୭/୦୬) : ଆପ୍ର : ନିଖୋଜ ଯୁବକର ମୃତଦେହ ଉଦ୍ଧାର । ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ । ରାଉରକେଲା ରଘୁନାଥପାଲି ଥାନା ତର୍କରା ଡ୍ୟାମରେ ଘଟିଛି ଘଟଣା ।

ଗତକାଲି ରବୀନ୍ଦ୍ର ସାହୁ ଓ ମାନଗୋବିନ୍ଦ ପାତ୍ର ଗାଧୋଇବାକୁ ଯାଇଥିଲେ । ଅସାବଧାନତା ଯୋଗୁ ରବୀନ୍ଦ୍ର ସାହୁ ଭାସିଯାଇଥିଲେ । ରବୀନ୍ଦ୍ର ଭାସିଯିବା ଦେଖି ମାନଗୋବିନ୍ଦ ରବୀନ୍ଦ୍ରଙ୍କୁ କୂଳକୁ ଠେଲିଥିଲେ କିନ୍ତୁ ନିଜେ ଉଦ୍ଧାର ହୋଇପାରିନଥିଲେ । ରବୀନ୍ଦ୍ର ନିଜକୁ ବଞ୍ଚାଇ କୁଳକୁ ଆସି କିଛି ସମୟ ମାନଗୋବିନ୍ଦଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଘଟଣା ନେଇ ରଘୁନାଥପାଲି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କାଲି ସଂଧ୍ୟାସୁଦ୍ଧା ବହୁ ଖୋଜାଖୋଜି କରିବା ପରେ ବି ନିଖୋଜ ଯୁବକଙ୍କ ସନ୍ଧାନ ମିଳିନଥିଲା । ଆଜି ପୁଣି ଦୁଇ ଘଣ୍ଟା ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍ ଟିମ୍ ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...