Homelocalକୁମାରୀ ସ୍ଥିତ ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ

କୁମାରୀ ସ୍ଥିତ ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ

ପୁରୁଷୋତ୍ତମପୁର, (୦୨/୧୦) : ଆପ୍ର : ଏନଏସି ରେ ଅବସ୍ଥିତ ଥିବା ସନ ସାଇନ ଇଂରେଜି ସ୍କୁଲ ରେ ଅନୁଷ୍ଠାନ ର ସଭାପତି ତଥା ବରିଷ୍ଟ ଶିକ୍ଷାବିତ ଡ଼ଃ ପ୍ରଫୁଲ କୁମାର ରଥ ଓ ଅଧକ୍ଷ ସୁନୀଲ କୁମାର ମହାନ୍ତି ଙ୍କ ମିଳିତ ସଂଯୋଜନା ରେ ହିନ୍ଦୀ ଦିବସ ପାଳିତ ହୋଉ ଯାଇଛି ।WhatsApp Image 2026 10 01 at 18.23.52 1

ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବେ ସଭାପତି ଥିବା ଡ଼ଃ ପ୍ରଫୁଲ କୁମାର ରଥ ଓସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏ ରାଜ ଗୋପାଳ ରାଓ,ନରସିଂହଦାଶ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ସର୍ଦ୍ଦାର ଓ ଆଛୁଲି କ୍ଲଷ୍ଟର ସିଆରସିସି ହେମନ୍ତ କୁମାର ବେହେରା ଏବଂ ଅଧକ୍ଷ ସୁନୀଲ ମହାନ୍ତି ମଞ୍ଚାସିନ ଥିଲେ ।ମଞ୍ଚାସିନ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା ରୂପେ ପରିଚିତ କରାଇବା ଏବଂ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ଏହି ହିନ୍ଦୀ ଦିବସର ଉଦ୍ଦେଶ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।WhatsApp Image 2026 10 01 at 18.23.52

ଯାହା ଦ୍ୱାରା ପାଶ୍ଚାତ୍ୟ ଇଂରେଜି ଭାଷାକୁ ଯେତିକି ପ୍ରଧାନ୍ୟ ଦିଆଯାଉଛି ସେହି ଅନୁପାତରେ ହିନ୍ଦୀ ଭାଷାକୁ ସେତିକି ଗୁରୁତ୍ୱ ଦିଆ ଯାଉନାହିଁ ବୋଲି ଅତିଥି ମାନେ ଖୋଭର ଶହ କହିଥିଲେ । ଏହିଅବସରରେ ବ୍ଳକ ଇ ଏନଏସିର ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀଙ୍କୁ ନେଇ ହୋଈ ଥିବା ଦେଶାତ୍ମକବୋଧ ସଙ୍ଗୀତ, କବିତା ଆବୃତ୍ତି ଓ ଭାଷଣ ପ୍ରତିଯୋଗିତା ରେ କୃତ କାର୍ଯ୍ୟ ହୋଇଥିବା ୧୨ ଗୋଟି ସ୍କୁଲ ର ପ୍ରଥମ ଦୁତୀୟ ଓ ତୃତୀୟ ଭାବରେକୃତ କାର୍ଯ୍ୟ ହୋଇଥିବା ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସନ ସାଇନ ଇଂରେଜି ମିଡ଼ିଏମ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments