Homebreaking newsନର୍ସରୀ ଭିତରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର, ମୃତ୍ୟୁର କାରଣକୁ ନେଇ ପୋଲିସର ତଦନ୍ତ...

ନର୍ସରୀ ଭିତରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର, ମୃତ୍ୟୁର କାରଣକୁ ନେଇ ପୋଲିସର ତଦନ୍ତ ଜାରି

ମୁରିବାହାଲ, (୨/୮) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗଁରେଇ ଓ କଟାଡୁଙ୍ଗୁରି ଗ୍ରାମ ମଧ୍ୟରେ ଥିବା ଏକ ନର୍ସରୀରୁ ରବିବାର ଜଣେ ଅଜଣା ବ୍ୟକ୍ତିଙ୍କ (ପ୍ରାୟ ୪୫-୫୦ ବର୍ଷ) ଝୁଲନ୍ତା ଶବ ଉଦ୍ଧାର ହୋଇଛି ।WhatsApp Image 2026 08 03 at 07.00.04

ସୂଚନା ଅନୁଯାୟୀ, ରବିବାର ସକାଳେ କଟାଡୁଙ୍ଗୁରି ଗ୍ରାମର କିଛି ଚାଷୀ ନିଜ ଜମିକୁ ଯାଇଥିବା ସମୟରେ ଗ୍ରାମ ନିକଟସ୍ଥ ନର୍ସରୀରେ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ସେମାନେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଘଟଣା ସ୍ଥାନକୁ ପହଞ୍ଚି ମୁରିବାହାଲ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ମୁରିବାହାଲ ପୋଲିସ ଆଇଆଇସି ବୁଲୁ ମୁଣ୍ଡା, ସବ-ଇନ୍ସପେକ୍ଟର ପ୍ରମୋଦ ପଧାନ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଏହାସହ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା କେସ ନଂ ୭/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମୃତ ବ୍ୟକ୍ତି ଦୀର୍ଘଦିନ ଧରି ଆଖପାଖ ଅଞ୍ଚଳରେ ଭିକ୍ଷା ମାଗି ଜୀବିକା ନିର୍ବାହ କରୁଥିଲେ । ସେ ତୁରେକେଲା ଅଞ୍ଚଳର ବାସିନ୍ଦା ହୋଇଥାଇପାରନ୍ତି ବୋଲି ସ୍ଥାନୀୟ ଲୋକ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ପୋଲିସ ପକ୍ଷରୁ ମୃତକଙ୍କ ପରିଚୟ ସରକାରୀ ଭାବେ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ ।ମୁରିବାହାଲ ଥାନା ଅଧିକାରୀ ବୁଲୁ ମୁଣ୍ଡା କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ମୃତକ ମାନସିକ ବିକୃତି ଥିବା ନେଇ ସୂଚନା ମିଳିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments