Homelocalଶଙ୍କରାରେ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ଶଙ୍କରାରେ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର, (୦୯/୧୦) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାନସିକ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ବିନିକା ତାଲୁକ୍ ସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନସିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତାଳୁକ୍ ଆଇନ ସେବା କମିଟି ର ଅଧ୍ଯକ୍ଷ ତଥା ଜେଏମଏଫସି କୋର୍ଟ ର ବିଚାରପତି ସୁପ୍ରଭା କୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନସିକ ସ୍ଵାସ୍ଥ୍ୟ ଉପରେ ଆଇନ ର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶଙ୍କରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଵାସ୍ଥ୍ୟ ଅଧିକାରୀ ଡ, ସନ୍ତୋଷ କୁମାର ବିଭାର ଯୋଗଦେଇ ମାନସିକ ରୋଗର କାରଣ, ଲକ୍ଷଣ ଓ ତାର ପ୍ରତିକାର ଉପରେ ବୁଝାଇବା ସହ ମାନସିକ ରୋଗ ରୁ ବର୍ତ୍ତିବା ପାଇଁ ମାନସିକ ଶାନ୍ତି ତଥା ଚାପ ମୁକ୍ତ ହେବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓକିଲ ଜୟପ୍ରକାଶ ପଧାନ, ଓକିଲ ସୁଧାଂଶୁ ଶେଖର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ତାଳୁକ୍ ଆଇନ ସେବା ସମିତି ର ସଚିବ ଚିତ୍ତରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିଚାର ବିଭାଗୀୟ କର୍ମଚାରୀ ବିନୟ ମହନ୍ତ, ଦିନେଶ ମାଝୀ, ନୀତିଶ ଖୁଣ୍ଟିଆ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments