Homelocalମୁରିବାହାଲ ବ୍ଲକର ସମସ୍ତ କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ସମ୍ପନ୍ନ, ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ

ମୁରିବାହାଲ ବ୍ଲକର ସମସ୍ତ କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ସମ୍ପନ୍ନ, ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ

ମୁରିବାହାଲ, (୯/୧୦) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ସମସ୍ତ କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି ।WhatsApp Image 2026 10 10 at 07.43.19

ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶିରୋଲ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଥିଲା । ଶିରୋଲ କ୍ଲଷ୍ଟର ସିଆରସିସି ସୁଧୀର କୁମାର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ମୋତିମାଳା ବେହେରା, ମୁଖ୍ୟ ବକ୍ତା ଭାବେ ଦେବଙ୍ଗ ଇନ୍ଦିରାଗାନ୍ଧୀ ହାଇସ୍କୁଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମରତନ ମେହେର, ସମ୍ମାନିତ ଅତିଥି ଭାବେ ଗୁଞ୍ଚିତରା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି, ତେନ୍ତୁଳୀଖୁଣ୍ଟି ନୋଡାଲ ଭାରପ୍ରାପ୍ତ ଅଧ୍ୟକ୍ଷ ସତ୍ୟ କୁମ୍ଭାର, ବେଲପଦର ପ୍ରଧାନ ଶିକ୍ଷୟିତ୍ରୀ ରମଣୀ ସାହାଣୀ, ଲେଞ୍ଝା ପ୍ରଧାନ ଶିକ୍ଷକ ନକୁଳ ଦୀପ, ପରିଚାଳନା କମିଟି ଅଧ୍ୟକ୍ଷା ଦମୟନ୍ତୀ ଛୁରା ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହି କ୍ଲଷ୍ଟର ଅନ୍ତର୍ଗତ ୧୫ଟି ସ୍କୁଲରୁ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର, ପି.ଏମ୍ ପୋଷଣ ଚିତ୍ରକଳା, ଗଳ୍ପକଥନ, ଗଣିତ ଦୌଡ଼ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାରୀମାନେ ବ୍ଲକସ୍ତରରେ ଖେଳିବେ। ମଞ୍ଚ ସଂଯୋଜନା ସହକାରୀ ଶିକ୍ଷକ ଡିଲେଶ୍ୱର ବେହେରା ଓ ଧନ୍ୟବାଦ ବରିଷ୍ଠ ଶିକ୍ଷକ ମୋହନ ଚରଣ ସାହୁ ଦେଇଥିଲେ ।

ସେହିପରି ମୁରିବାହାଲ ବ୍ଲକ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଲିଲୁ ମୋହନ ପଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଚଲକି ସରପଞ୍ଚ ମମତା ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ସମାଜସେବୀ ମୁନିରାମ ଭାଟି, କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ, ଚଲକି ଗ୍ରା.ପ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ କଲାମଣୀ ଚିନ୍ଦା, ଚଲକି ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ର ମାଝୀ, ଯଏଁନ୍ତରା ପ୍ରଧାନଶିକ୍ଷକ ଜଗମୋହନ ରାଉତ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଭୋଜରାଜ ପ୍ରଧାନ ପରିଚାଳନା କରିଥିବା ବେଳେ ସର୍ଗୁଲ ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାଗ ଧନ୍ୟବାଦ ଦେଇଥିଲେ । ତିନୋଟି ବର୍ଗରେ ୨୬ଟି ପ୍ରତିଯୋଗିତା ହୋଇଥିଲା । ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାରୀ ବ୍ଲକସ୍ତରକୁ ମନୋନୀତ ହୋଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments