Homelocalଲଦା ସିକ୍କକାଙ୍କ ସମ୍ପତି ଜବତ ନିର୍ଦ୍ଦେଶ ପ୍ରତ୍ୟାହାର ଦାବି

ଲଦା ସିକ୍କକାଙ୍କ ସମ୍ପତି ଜବତ ନିର୍ଦ୍ଦେଶ ପ୍ରତ୍ୟାହାର ଦାବି

ଗୁଣପୁର, (୧୫/୬) : ଆପ୍ର : ନିୟମଗିରି ବଞ୍ଚାଅ ଆନ୍ଦୋଳନର ଅନ୍ୟତମ ନେତା ତଥା ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଦୀର୍ଘଦିନ ଧରି ସଂଗ୍ରାମ କରୁଥିବା ଆଦିବାସୀ ନେତା ଲଦା ସିକ୍ଟାକଙ୍କ ସମ୍ପତି ଜବତ କରିବାକୁ ଲାଞ୍ଜିଗଡ଼ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM)ତୀବ୍ର ନିନ୍ଦା କରିଛି ।

ମୋର୍ଚ୍ଚାର ସର୍ବ ଭାରତୀୟ ଆବାହକ ତ୍ରିପତି ଗମାଙ୍ଗ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ନିୟମଗିରି ଆନ୍ଦୋଳନ ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ଅଧିକାରର ସୁରକ୍ଷା ପାଇଁ ଏକ ଐତିହାସିକ ଆନ୍ଦୋଳନ । ଏହି ଆନ୍ଦୋଳନର ଜଣେ ପ୍ରମୁଖ ନେତାଙ୍କ ବିରୋଧରେ ସମ୍ପତି ଜବତ ଭଳି ପଦକ୍ଷେପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏପରି ରାୟ ଗରିବ ଆଦିବାସୀ ଲୋକଙ୍କ ମଧ୍ୟରେ ନ୍ୟାୟ ବ୍ୟବସ୍ଥା ପ୍ରତି ଆସ୍ଥାକୁ ଦୁର୍ବଳ କରିବ ।

ଶ୍ରୀ ଗମାଙ୍ଗ କହିଛନ୍ତି ଯେ, ଏହି ନିର୍ଦ୍ଦେଶ କର୍ପୋରେଟ୍ ଶକ୍ତିମାନଙ୍କୁ ରାଜ୍ୟର ଖଣିଜ ଓ ପ୍ରାକୃତିକ ସମ୍ପଦ ଲୁଟ କରିବା ପାଇଁ ପରୋକ୍ଷ ଭାବେ ସହାୟକ ହେବ । ଯେଉଁମାନେ ଜଙ୍ଗଲ, ପାହାଡ଼ ଓ ଆଦିବାସୀ ଅଧିକାରର ସୁରକ୍ଷା ପାଇଁ ଲଢ଼ୁଛନ୍ତି, ସେମାନଙ୍କୁ ଦମନ କରିବାର ପ୍ରୟାସ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ । ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM )ଦାବି କରିଛି ଯେ, ଲାଞ୍ଜିଗଡ଼ ଅଦାଲତ ଏହି ନିର୍ଦ୍ଦେଶକୁ ପୁନଃବିଚାର କରି ତୁରନ୍ତ ପ୍ରତ୍ୟାହାର କରନ୍ତୁ । ନଚେତ୍ ଆଦିବାସୀ, ଗଣତାନ୍ତ୍ରିକ ଓ ପ୍ରଗତିଶୀଳ ଶକ୍ତିମାନେ ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବେ ବୋଲି ମୋର୍ଚ୍ଚା ସତର୍କ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments