Homebreaking newsକୋରାପୁଟ ସହରରେ ଚାଞ୍ଚଲ୍ୟ, ଘରେ ପଶି ଟଙ୍କା ଓ ସୁନା ଲୁଟି ନେଲେ ଲୁଟେରା

କୋରାପୁଟ ସହରରେ ଚାଞ୍ଚଲ୍ୟ, ଘରେ ପଶି ଟଙ୍କା ଓ ସୁନା ଲୁଟି ନେଲେ ଲୁଟେରା

କୋଟପାଡ଼, (୨୬/୦୭) : ଆପ୍ର : କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି ।

କୋରାପୁଟ କୋଟପାଡ଼ ମିଶନ୍ କମ୍ପାଉଣ୍ଡରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍ । କୋଟପାଡ଼ ସହରର ମିଶନ୍ କମ୍ପାଉଣ୍ଡରୁ ୫ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ ଲୁଟେରା । ରାତିରେ ଲୁଟେରାମାନେ କୋଟପାଡ଼ ମିସନ କମ୍ପାଉଣ୍ଡର ସୁଭମ ସୁବ୍ରତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପସି ଝରକା ତାଡ଼ି ଆଲମାରୀ ଚାବି ଖୋଲି ସମସ୍ତ ଟଙ୍କା ଓ ସୁନା ଲୁଟି ନେଇଥିବା ଜଣାପଡିଛି । ଖବର ପାଇ କୋଟପାଡ଼ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ସନ୍ଦେହ ଥିବା ବ୍ୟକ୍ତିଙ୍କୁ ପଚାରାଉଚରା କରୁଛି ।

ସୂଚନା ଅନୁସାରେ, ରାତି ସମୟରେ ଲୁଟେରାମାନେ କୋଟପାଡ଼ ମିଶନ କମ୍ପାଉଣ୍ଡରେ ଥିବା ସୁଭମ ସୁବ୍ରତ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ପ୍ରବେଶ କରିଥିଲେ । ଲୁଟେରାମାନେ ଘରର ଝରକା ତାଡ଼ି ଭିତରକୁ ପଶିବା ପରେ ଆଲମାରୀ ଚାବି ଖୋଲିଥିଲେ । ପରେ ଆଲମାରୀରେ ରଖାଯାଇଥିବା ପ୍ରାୟ ୫ ଲକ୍ଷ ଟଙ୍କା ନଗଦ ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ । ଏହି ଲୁଟ୍ ଘଟଣା ପରେ ମିଶନ କମ୍ପାଉଣ୍ଡ ଓ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି । ଖୁବଶୀଘ୍ର ଲୁଟେରାମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments