ରାୟଗଡ଼, (୧୫/୦୭) : ଆପ୍ର : ରାୟଗଡ଼ା ଟ୍ରକ ମାଲିକ ସଂଘ ଟଙ୍କା ହେରଫେରକୁ ନେଇ ଟ୍ରକ ମାଲିକ ସଂଘ ସଭାପତି ୱାଇ .ଭେଙ୍କଟେଶ୍ବର ରାଓ ପୂ୍ର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ ଏତଲା ଦେଇଛନ୍ତି ।
ଭାସ୍କର ରାଓ ଏବଂ ଅନ୍ୟ ତିନିଜଣଙ୍କ ନାମରେ ଏତଲା ଦିଆଯାଇଛି । ପୂର୍ବରୁ ମଧ୍ୟ ଭେଙ୍କଟେଶ୍ବର ରାଓ ସମ ଅଭିଯୋଗ ଆଣି ଶ୍ରୀ ରାଓଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଥିଲେ। ଦେଇଥିବା ଏତଲା ଅନୁଶାରେ , ଗତ ୪୦ ବର୍ଷ ଧରି ଟ୍ରକ ମାଲିକ ସଂଘ ଦାୟିତ୍ୱରେ ରହିଥିବା କର୍ମକର୍ତାମାନେ ଅର୍ଥ ରାଶି ହେରଫେର କରିଛନ୍ତି । ଭାସ୍କର ରାଓ ପାଖାପଖି ୬୦ କୋଟି ଟଙ୍କା ହେରଫେର କରିଥିବା ଦର୍ଶାଇଛନ୍ତି । ପୂର୍ବରୁ ମଧ୍ୟ ଭାସ୍କର ରାଓଙ୍କ ବିରୋଧରେ ଏତଲା ଦିଆଯାଇଥିବା ବେଳେ, ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ପରିବର୍ତେ ଓଲଟା ଭେଙ୍କେଟେଶ୍ୱରଙ୍କୁ ଦସ୍ତାବିଜ ଓ ତଥ୍ୟ ମାଗୁଛନ୍ତି ବୋଲି ଅଭିଯୋଗ କରି ଅସନ୍ତୋଷ ଜାହିର କରିଥିଲେ ।
ଏନେଇ ରାୟଗଡା ପୁଲିସ ନୋଟିସ ଜାରି କରି ତଥ୍ୟ ମାଗିବାରୁ ଭେଙ୍କଟେଶ୍ବର ରାଓ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଭାସ୍କର ରାଓଙ୍କ ବିରୋଧରେ କୌଣସି ଦସ୍ତାବିଜ ଦେଇ ପାରିନଥିଲେ । ସୂଚନାଯୋଗ୍ୟଯେ ଗତ ୨୦୨୦ ମସିହାରେ ଟ୍ରକ ମାଲିକ ସଂଘ ରେଜିଷ୍ଟ୍ରେସନ ହୋଇଥିଲା ବେଳେ ପୂର୍ବରୁ ସଂଘ ନାମରେ କୌଣସି ପ୍ରକାର ଆବଶ୍ୟକିୟ କାଗଜପତ୍ର ନାହିଁ । ଭେଙ୍କେଟେଶ୍ୱର ରାଓ ପୂର୍ବତନ ସାଂସଦ ଶ୍ରୀ ରାଓଙ୍କ ସହଯୋଗି ରୂପେ କାର୍ଯ୍ୟ କରୁଥିଲେ ।
ସଂଘ ପଞିକୃତି ହୋଇନଥିବା ବେଳେ ଭେଙ୍କଟେଶ୍ବର ରାଓ ଓ ତାଙ୍କର ସହଯୋଗି ମାନେ ଜିଲ୍ଲାରେ ଆତଯାତ ହେଉଥିବା ପରିବହନ ଏବଂ ଟ୍ରକ କଥା ବୁଝୁଥିଲେ । କିନ୍ତୁ ପୂର୍ବତନ ସାଂସଦ ଶ୍ରୀ ରାଓ ତାଙ୍କୁ ସୁଯୋଗ ନଦେବାରୁ ସେହିଦିନ ଠାରୁ ବିଭିନ୍ନ ସ୍ଥାନରେ ରିତିମତ ଅଭିଯୋଗ କରୁଛନ୍ତି । ବିଜେଡି ନିର୍ବାଚନ ହାରିଲା ପରେ ଭେଙ୍କଟେଶ୍ବର ବିଜେପିରେ ଯୋଗଦାନ କରିଥିଲେ । ଅଭିଯୋଗ ପରେ ଭାସ୍କର ରାଓ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସଂପୂର୍ଣ ଭିତ୍ତିହିନ ଏବଂ ତାଙ୍କୁ ବଦନାମ କରିବା ପାଇଁ କିଛି ବ୍ୟକ୍ତି ଷଡଯନ୍ତ୍ର କରି ଏଭଳି ଅଭିଯୋଗ କରିଥିବା ପ୍ରତିକ୍ରିୟାରେ କହିଛନ୍ତି ।

