ରାଜରାସ୍ତାରେ ଚାଲିଛି ରବି ମଣ୍ଡି,ଆନ୍ଧ୍ରକୁ ବେଧଡକ ଚାଲାଣ ହେଉଛି ଧାନ

Date:

Share post:

ରାୟଗଡା, (୧୧/୦୬) : ଆପ୍ର : ରାୟଗଡା ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ପଦ୍ମପୁର ବ୍ଲକରେ ରାଜ ରାସ୍ତାରେ ଚାଲିଛି ମଣ୍ଡି ।

ସରକାରୀ ବ୍ୟବସ୍ଥାକୁ ଫୁ କରିଦେଇଛନ୍ତି ମିଲର । ରବି ଋୁତୁରେ ଉତ୍ପାଦିତ ଧାନ ଆଉ ମଣ୍ଡିକୁ ଯାଉନି ବରଂ ଏହା ସିଧାସଳଖ ଚାଲାଣ ହେଉଛି ପଡୋଶି ରାଜ୍ୟ ଆନ୍ଧ୍ର ପ୍ରଦେଶକୁ । ଆନ୍ଧ୍ର ପ୍ରଦେଶ ରେଜିଷ୍ଟ୍ରେସନ ହୋଇଥିବା ଟ୍ରକରେ ରବି ଧାନ ବେଧଡକ ଚାଲାଣ ହେଉଥିବା ଚାଷି ପ୍ରକାଶ କରିଛନ୍ତି । ପ୍ରତିଦିନ ଟନ ଟନ ଧାନ ଦିନକୁ ପ୍ରାୟ ୧୫ଟି ଟ୍ରକ ମାଧ୍ୟମରେ ଆନ୍ଧ୍ର ପ୍ରଦେଶ ଯାଉଛି । ପଦ୍ମପୁର ରାଜ ରାସ୍ତାରେ ଖୁଲମ ଖୁଲା ଚାଲିଛି ରବି ଧାନ ଚାଲାଣ । ଚାଷି ମାନେ ବାଧ୍ୟ ହୋଇ ମିଲର ହାତରେ ଟେକି ଦେଉଛନ୍ତି ଧାନ ଏପରିକି ଚା‌‌ଷିଙ୍କୁ ମିଳୁନି ସରକାରଙ୍କ ଘୋଷିତ ମୂଲ୍ୟ । ମାତ୍ର ୨ହଜାର ଟଙ୍କାରେ ଏକ କ୍ବିଣ୍ଟାଲ ଧାନ କୌଣସି ମଣ୍ଡିକୁ ନଯାଇ ସିଧାସଳଖ ଆନ୍ଧ୍ରକୁ ଯାଉଛି ।

ମିଲର ମାନେ କ୍ବିଣ୍ଟାଲ ପିଛା ୧ହଜାର ଟଙ୍କା ଘରେ ବସି ଲାଭ ପାଉଥିବା ଜଣେ ଚାଷି ନୀଳ ଗୌଡ କହିଛନ୍ତି । ମିଲର ମାନଙ୍କ ଦୌରାତ୍ମ ଏପରିଯେ ଚାଷି ମାନେ ଚାହିଁଲେ ମଧ୍ୟ ସରକାରଙ୍କ ନିୟମ ଅନୁଯାୟି ମଣ୍ଡିକୁ ଆଣି ଧାନ ବିକ୍ରୀ କରିପାରିବେ ନାହିଁ । ସୂଚନାର ଜଣାପଡିଛି ରବି ଉତ୍ପାଦିତ ରବି ମିଲିଂ କରିଲେ ସେଥିରୁ ଚାଉଳ ଗୁଣ୍ଡ ହୋଇଯିବାର ସଂଭାବନା ଅଧିକା ରହୁଛି । ରାୟଗଡା ଜିଲ୍ଲାରେ ‌ଜନସାଧାରଣ ଅରୁଆ ଚାଉଳ ଖାଉଥିବା ବେଳେ ଉଷୁନା ଧାନ ମିଲିଂ କରିବା ପାଇଁ ମିଲ ନାହିଁ । ଏଥିରୁ ଫାଇଦା ନେଉଛନ୍ତି ମିଲର । ମିଲର ଗୋଟିଏ ପ୍ରକାର ବ୍ଲାକ ମେଲ କରି ଚାଷିଠୁ ଧାନ ନେଇ ଆନ୍ଧ୍ର ଚାଲାଣ କରୁଛନ୍ତି ମିଲର ।

ଚଳିତ ରବି ଋତୁରେ ଜିଲ୍ଲାରେ ମୋଟ ୭୧୬୫.୯୧ ଏକର ଜମିରେ ଧାନ ଚାଷ ହୋଇଥିବା ବେଳେ ପ୍ରାୟ ୧,୫୮,୧୭୭.୭୫ କ୍ୱିଣ୍ଟାଲ ଧାନ ଉତ୍ପାଦନ ହେବାକୁ ଆକଳନ କରାଯାଇଛି। ପଦ୍ମପୁର ବ୍ଲକରେ ସର୍ବାଧିକ ୫୧୮୯.୧୦ ଏକର ଚାଷ ହୋଇଥିବା ବେଳେ ୧,୧୫,୫୦୧.୫୮ କ୍ୱିଣ୍ଟାଲ ଧାନ ଉତ୍ପାଦନ ହେବ ବୋଲି କୃଷି ବିଭାଗ ଆକଳନ କରିଥିଲା । ଗୁଡାରି, ମୁନିଗୁଡା, ରାମନଗୁଡା ଓ କାଶିପୁର ଭଳି ବ୍ଲକଗୁଡିକରେ ମଧ୍ୟ ଚଳିତ ରବି ଋୁତୁରେ ଅଧିକା ଉତ୍ପାଦନ ହେବା ନେଇ ଆକଳନ କରିଥିଲା କୃଷି ବିଭାଗ ।

ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଚାଷୀମାନଙ୍କୁ ସୁବିଧା ଦେବା ନିମନ୍ତେ ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସମୟବଦ୍ଧ କରିବା ନିମନ୍ତେ ଗୁରୁତ୍ବାରୋପ କରିବା ସହ ମଣ୍ଡିଗୁଡିକର ଅବସ୍ଥା ଉନ୍ନତି ପାଇଁ ତୁରନ୍ତ ମରାମତି କାର୍ଯ୍ୟ ପାଇଁ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି, ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଚାଷୀ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଜୋର ଦେଇଥିଲେ। ପ୍ରକୃତପକ୍ଷରେ ଚଳିତ ରବି ଋତୁରେ ନାମକୁ ମାତ୍ର ମଣ୍ଡି ପ୍ରକିୟା ଚାଲିଛି । ରାୟଗଡା ଉପଖଣ୍ଡରେ ମେ ୨୦ ତାରିଖ ଠାରୁ ଓ ଗୁଣୁପୁର ସବଡ଼ିଭିସିଜନ ମେ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିଲା । ସରକାର ଚାଷିଙ୍କ ପାଇଁ ସାର,ୟୁରିଆ ଠୁ ଆରମ୍ଭ କରି କୋଟି କୋଟି ଟଙ୍କା ଏସ ଏସ ପି ବାଦେ ବୋନସ ମଧ୍ୟ ଦେଉଛନ୍ତି ।

ଗତ ୨ ବର୍ଷ ହେଲା ପଦ୍ମପୁର ବ୍ଲକ ବଡନାଳ ଜଳସେଚନ ପ୍ରକଳ୍ପର କେନାଲ ମାଧ୍ୟମରେ ରବି ଋତୁରେ ପାଣି‌ ଯୋଗାଇ ଦିଆଯାଇନଥିଲା କିନ୍ତୁ ଚଳିତ ବର୍ଷ ପାଣି ଯୋଗାଇ ଦିଆଯାଇଥି‌ଲା । ଫଳରେ ଚଳିତ ରବି ଋତୁରେ ପ୍ରଚୁର ପରିମାଣରେ ଧାନ ପଦ୍ମପୁର,ଗୁଡାରି ଓ ରାମନାଗୁଡା ବ୍ଲକରେ ଉତ୍ପାଦିତ ହୋଇଛି । ଚଳିତ ବର୍ଷ ରବି ଋତୁରେ ୨୨୦୯ ଜଣ ଚାଷି ପଞିକରଣ କରିଥିବା ବେଳେ ପଦ୍ମପୁରର ୧୩୦୦ରୁ ଉର୍ଧ୍ବ ଚାଷି ପଞିକରଣ କରିଛନ୍ତି । ବର୍ତମାନ ସୁଦ୍ଧା ୫୭୧ ଚାଷିଠୁ ୪୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ସୂଚନାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (୧୩/୦୬) : ଆପ୍ର : ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ମା' ପାର୍ବତୀ...

ବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା...

ଗଛରେ ପିଟି ହେଲା ବାଇକ, ଜଣେ ମୃତ , ଦୁଇ ଗୁରୁତର

ରାଇକିଆ, (୧୩/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଏକ ଗଛରେ ପିଟି ହୋଇ ଜଣେ ଯୁବକର...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକା ଉଦ୍ଧାର

ନବରଙ୍ଗପୁର, (୧୩/୦୬) : ଆପ୍ର : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର...