ରାଇକିଆ, (୧୮/୦୭) : ଆପ୍ର : ରାଇକିଆ ବ୍ଲକ ସମେତ ବିଭିନ୍ନ ଜାଗାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅତ୍ୟନ୍ତ ଧୂମଧାମ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି ।
ବିଶେଷକରି ରାଇକିଆ ଗ୍ରାମର ପାରମ୍ପରିକ ରଥଯାତ୍ରା ଦେଖିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ । ସକାଳ ର ପୂଜା ହୋମ କାର୍ଯ୍ୟ ସବୁ କିଛି ସରିଗଲା ପରେ ରଥ ଉପରେ ଛେରାପହଁରା କାର୍ଯ୍ୟ ଦେଇ ଥିଲେ କନ୍ଧ ମାଳ ଏ ମପି ସୁକାନ୍ତ ପାଣଗ୍ରାହୀ କରିଥିଲେ । ଓ ସନ୍ଧ୍ୟା ପ୍ରାୟ ୫ଟା ପରେ ଭକ୍ତମାନଙ୍କ ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନି ମଧ୍ୟରେ ରଥଟଣା ନୀତି ଅନୁଷ୍ଠିତ ହୋଇଥିଲା। ଓରଥ ମାଉସୀ ମା ମନ୍ଦିରରେ ଯାଇ ରହିଥିଲା ।
ରଥାରୂଢ଼ ସମୟରେ ପାଗ ଅନୁକୂଳ ଥିବାରୁ ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡ଼ି ସ୍ପର୍ଶ କରି ନିଜକୁ ଧନ୍ୟ ମନେ କରିଥିଲେ। ଯାତ୍ରା ଅବସରରେ ବଜାରରେ ବ୍ୟବସାୟ ମଧ୍ୟ ବେଶ୍ ଜମିଥିଲା ଏବଂ ବିଭିନ୍ନ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ଅବସରରେମନ୍ଦିର ପୂଜକ ସମେତ କମିଟିର ସମସ୍ତ ସଦସ୍ୟ ନୀତିକାନ୍ତି ସୁଚାରୁ ରୂପେ ସମ୍ପନ୍ନ କରିବାରେ ସହଯୋଗ କରିଥିଲେ । ଘୋଷଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଫଳରେ ସମସ୍ତ ନୀତିକାନ୍ତି ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

