Homelocalବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ବଙ୍ଗୋମୁଣ୍ଡା, (୧୭/୧୧) : ଆପ୍ର : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଡାକ ବଙ୍ଗଳା ଠାରେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ।

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଡାକ ବଙ୍ଗଳା ଠାରେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଲୋକଶକ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ଅଜିତ ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ରେଣୁରଞ୍ଜନ ବାଗ, ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଯାଦବ, କପିଲାଭଟା ପଞ୍ଚାୟତ ସମିତି ସଭ୍ୟ କେଦାର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନେ ଗ୍ରାମାଞ୍ଚଳର ସମସ୍ୟାର ଖବର ନିରନ୍ତର ଭାବେ ସରକାର ଓ ପ୍ରଶାସନ ଠାରେ ପହଁଞ୍ଚାଇଥାନ୍ତି ।

ଲେଖନୀ ମୁନକୁ ଆହୁରି ଜାରି ରଖି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଆଗେଇ ଆସିବା ପାଇଁ ଆଲୋଚନା ହୋଇଥିଲା । ଗତ କିଛି ବର୍ଷ ହେବ ଖବର ପ୍ରକାଶନ ପରେ ମଧ୍ୟ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଉନାହାନ୍ତି । ପ୍ରଶାସନିକ ଅଧିକାରୀଙ୍କ ସ୍ଥାଣୁତା ଉଦବେଗଜନକ । ସାମ୍ବାଦିକଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ । ଅଞ୍ଚଳର ବିଭିନ୍ନ ବିକାଶମୁଖୀ କାର୍ଯ୍ୟରେ ସାମ୍ବାଦିକ ମାନେ ଆଗେଇ ଆସିବା ସହ ସାଧାରଣ ଲୋକଙ୍କ ସ୍ୱର ହେବା ପାଇଁ ମତ ପ୍ରକାଶ ପାଇଥିଲା । ସମ୍ପାଦକ ହୁଲେଶ୍ୱର ହଂସ ସଭା ସଂଯୋଜନା କରିଥିଲେ । ସଂଘର ଉପସଭାପତି ସୁଶାନ୍ତ ବେହେରା, ଡଃ. ନାରାୟଣ ମିଶ୍ର, ସ୍ୱେଚ୍ଛାସେବୀ ରାମଚନ୍ଦ୍ର ରଣା ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments