ଶିମିଳିପାଳରୁ ଆସିବ ଖୁସି ଖବର, ମାଆ ହେବ ଯମୁନା

Date:

Share post:

ଭୁବନେଶ୍ବର, (୦୪/୦୬) : ଆପ୍ର : ଶିମିଳିପାଳରୁ ଆସିବ ଖୁସି ଖବର । ମାଆ ହେବ ଯମୁନା । ଆଗାମୀ ଦିନରେ ଯମୁନା ପାଖରୁ ଖୁସି ଖବର ଆସିବା ନେଇ କହିଛନ୍ତି ପୂର୍ବତନ ପିସିସିଏଫ ସୁଶାନ୍ତ ନନ୍ଦ ।

ଶିମିଳିପାଳର ଜୈବ ବିବିଧତା ସହିତ ବାଘ ସଂଖ୍ୟା କିପରି ବୃଦ୍ଧି କରାଯାଇପାରିବ ସେନେଇ ସରକାର ଓ ପ୍ରଶାସନ ପଦକ୍ଷେପ ନେଇଥିଲେ । ମହାରାଷ୍ଟ୍ରରୁ ବାଘୁଣୀ ଜିନିତ ଅଣାଯାଇଥିଲା । ଭଲ କଥା ଥିଲା ଜିନିତ ପରିବେଶ ସହିତ ଖୁବଶୀଘ୍ର ଖାପ ଖୁଆଇ ନେଇଥିଲା । ଜିନତ ଏବେ ୪ ଶାବକଙ୍କ ମାଆ ହୋଇପାରିଛି । ଏହି ସମୟରେ ଜିନିତ ଅଧିକ ହିଂସ୍ର ବ୍ୟବହାର କରିବ । ଜିନତ ଉପରେ ନଜର ରଖିବା ପାଇଁ ଶିମିଳିପାଳରେ ଆଧୁନିକ କ୍ୟାମେରା ଲାଗିଛି । ସରକାର ଓ ପ୍ରଶାସନ ବି ନଜର ରଖିଛନ୍ତି । ଯମୁନା ପାଖରୁ ଆଗାମୀ ଦିନରେ ଖୁସି ଖବର ଆସିବ । ଶିମିଳିପାଳ ପାଇଁ ଯେଉଁ ଲକ୍ଷ ଥିଲା ତାହା ସଫଳ ହେଲା। ବର୍ତ୍ତମାନ ଭଲ ସମୟ ଆସିଛି । ସାତକୋଶିଆରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ସରକାର ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପିସିସିଏଫ ସୁଶାନ୍ତ ନନ୍ଦ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...