ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା

Date:

Share post:

ଭୁବନେଶ୍ବର, (୦୪/୦୬) : ଆପ୍ର : ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା । ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ

୨ରୁ ୪ ମାସ ହେଲା ଭତ୍ତା ମିଳିନଥିବାରୁ ନାନା ହଇରାଣ ହେଉଛନ୍ତି । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ୩୭ଟି ପଞ୍ଚାୟତର ହିତାଧିକାରୀ ଭତ୍ତା ମିଳୁନଥିବାରୁ ଆଜି ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଥିଲା । ଏପଟେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ୭ ଦିନ ଭିତରେ ଭତ୍ତା ମିଳିବ । ହିତାଧିକାରୀ ସିଧାସଳଖ କେନ୍ଦ୍ରରୁ ଟଙ୍କା ପାଇବା ପାଇଁ ବ୍ୟବସ୍ଥା ହେଉଛି ।

ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ । ୭ ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ। ହିତାଧିକାରୀମାନେ ସପ୍ତାହେ ଭିତରେ ଭତ୍ତା ଟଙ୍କା ପାଇବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶକ୍ରମେ SPARSH ପୋର୍ଟାଲ ମାଧ୍ୟମରେ ଆକାଉଣ୍ଟ ଯାଞ୍ଚ ଚାଲିଛି । କିଛି ବୈଷୟିକ ତ୍ରୁଟି ହେଉଛି । ସୁଧାର ଆସିଲେ IMFS ଦ୍ୱାରା ଠିକ ସମୟରେ ଭତ୍ତା ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...