Homelocalସାପ କାମୁଡ଼ାରେ ମହିଳା ମୃତ

ସାପ କାମୁଡ଼ାରେ ମହିଳା ମୃତ

ପୁରୁଷୋତ୍ତମପୁର, (୨୦/୦୯) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କମା ନଳୀ ନକ୍ଷ ପୁର ଗ୍ରାମରେ ଗତକାଲି ରାତ୍ରରେ ଜଣେ ମହିଳା ଭାସି ବେହେରା (୪୮) ପିତା ଲେଟ– ଭଗବାନ ବେହେରା ଙ୍କୁ ବିଷଧର ସର୍ପ ଦଂଶନ କରିଥିଲା ।

ଫଳରେ ଚିକିତ୍ସା ଲାଗି ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇ ଚିକିତ୍ସିତକରାଯାଇଥିଲା । କିନ୍ତୁ ଆଜି ସକାଳେ ମେଡିକାଲ ରେ ତାଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁର ବିଏନ୍‌ପୁର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦପାଇଁ ପଠାଇ ପୁରୁଷୋତ୍ତମପୁର ପୋଲିସକୁ ଏହିବିଷୟରେ ଜଣାଇଛନ୍ତି । ଏହି ଖବର ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଶୁଣି ସଙ୍ଗେ ସଙ୍ଗେ କେ ଏନ ପୁର ଆରାଇ ଙ୍କୁ ଖବର ଦେଈ ଘଟଣା ସ୍ଥଳକୁ ପଠାଇ ଥିଲେ । ଏବଂ ସେହି ରିପୋର୍ଟକୁ ଆଧାର କରି ତାହାକୁ ଜିଲ୍ଲାପାଳଙ୍କ ପାଖକୁ ପଠାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ କେ ଏନ ପୁର ମହିଳା ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା, ସମିତି ସଭ୍ୟା ଶାରଳା ବେହେରା ଓ ସମାଜସେବୀ ଏନ ରାମଚନ୍ଦ୍ର ରେଡ଼ୀ ଓ କିଛି ଗ୍ରାମବାସୀ ଉକ୍ତ ମହିଳା ଙ୍କୁ ସହଯୋଗ କରିଥିଲେ । ମହିଳାଙ୍କ ଦୁଇଟି ଅବିବାହିତ ପୁଅ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments