ରାୟଗଡା, (୨୦/୦୯) : ଆପ୍ର : ରାୟଗଡା ଚାନ୍ଦିଲି ପଂଚାୟତ ଅନ୍ତର୍ଗତ ଗେଟିପଡା ଠାରେ ନୂଆଖାଇ ଭେଟଘାଟ ୨୦୨୬ ଅନୁଷ୍ଟିତ ହୋଇଯାଇଛି ।
ଆୟୋଜକ କମିଟି ମା ସନ୍ତୋଷୀ କଳା ପ୍ରତିଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନଙ୍କ ଗହଣରେ ଗ୍ରାମରେ ଥିବା ଆବାଳ ବୃଦ୍ଧ ବନିତା ମିଶି ବାଜା ମହୁରୀ, ଘଣ୍ଟ, ବାଦ୍ୟ ଖଳତାଳ ସହ ସ୍ଥାନୀୟ ଗ୍ରାମ ମନ୍ଦିରରୁ ମଞ୍ଚ ପର୍ଯ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ନୂଆଁଖାଇ ଭେଟଘାଟରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଲାର ବିଜେପି ଦଳର ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଉପସ୍ଥିତ ଥିଲେ । ସେହିଭଳି ସମ୍ମାନୀୟ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିୟକା ଉପସ୍ଥିତ ଥିଲେ । ରାୟଗଡା ସମ୍ମାନୀୟ ଅତିଥି ସରକାରୀ ବାବୁ ହରିବାବୁ ଉପସ୍ଥିତ ଥିଲେ । ଆୟୋଜକ କମିଟି ସଭାପତି ସନ୍ତୋଷ କୁମାର ତାଣ୍ଡି, ସମ୍ପାଦକ. ଶିବ ସାହୁ, କମିଟି ସଦସ୍ୟ. ଅର୍ଜୁନ ତାଣ୍ଡି, ଶ୍ରୀପତି ତାଣ୍ଡି, କରୁଣା, କୁନା ପ୍ରକାଶ, ସହଦେଵ, ମିଟୁ, ସୋମନାଥ, ଗୋବିନ୍ଦା ରାଜୁ ପ୍ରମୂଖ ଉପସ୍ଥିତ ଥିଲେ । ଲୋକ କଳାକୁ ବଜାୟ ରଖିଥିବା ଗେତିପଡ଼ା ଗ୍ରାମ ଏକମାତ୍ର ଗ୍ରାମ ଲୋକ କଳା ପାଇଁ ପରିଚୟ ସୃଷ୍ଟି କରିଛି ।
କଳାର ପ୍ରଚାର ପ୍ରସାର ପାଇଁ ଲୋକ କଳା ଦଳକୁ ପ୍ରାଥମିକତା ଦେଇ ଢେମସା, ଓଡିଶୀ ନୃତ୍ୟ ସମ୍ବଲପୁରୀ ଆଉ ଆକର୍ଷଣ କଣ୍ଠ ଶିଳ୍ପୀ ସମ୍ବଲପୁର ରୁ ସଂଜୁ ମହାନ୍ତି, କୃଷ୍ଣ ମୁଖିଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ହଜାର ହଜାର ସଂଖ୍ୟାରେ ନୂଆଖାଇ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ କଳାକାରଙ୍କ ସହ ମୁଖ୍ୟ ଅତିଥି ଓ ସ୍ଵୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ଗ୍ରାମରେ ଥିବା ବୁଦ୍ଧିଜୀବୀ, ଶିକ୍ଷାବିତ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଛି । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ବଡ଼ ଧରଣର ଆୟୋଜିତ କରିବା ପାଇଁ ଚେଷ୍ଟା କରିବେ ବୋଲି ଗ୍ରାମରେ ଥିବା ଯୁବକ ମାନେ କହିଥିବା ବେଳେ, ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନେ ଏହିଭଳି କାର୍ଯ୍ୟକ୍ରମ ପାଇଁ ସର୍ବଦା ସାହାଯ୍ୟ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅତିଥି ମାନଙ୍କ ଗ୍ରାମ ପ୍ରତି ଥିବା ଆନ୍ତରିକତା ଓ ଆତ୍ମୀୟତା ମନଭାବକୁ ଦେଖି ଗ୍ରାମବାସି ଭୂରି ଭୂରି ପ୍ରଶଂସା କରିଛନ୍ତି । ଶେଷରେ ସନ୍ତୋଷ କୁମାର ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ସଭାସାଙ୍ଗ କରିଥିଲେ ।

