Homelocalଗୁଣପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନୀ ତାତି

ଗୁଣପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନୀ ତାତି

ଗୁଣପୁର, (୯/୧୦) : ଆପ୍ର : ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବା ବେଳେ ଗୁଣପୁର ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ରାଜନୀତି ସରଗରମ ହୋଇଉଠିଛି ।WhatsApp Image 2026 10 09 at 16.49.47

ଆଜି ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ କଲେଜ କ୍ୟାମ୍ପସରେ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରକ୍ରିୟା । ନାମାଙ୍କନ ଦାଖଲ ପୂର୍ବରୁ ପ୍ରାର୍ଥିମାନେ ନିଜ ନିଜ ସମର୍ଥକଙ୍କ ସହ ମନ୍ଦିରରେ ପୂଜାପାଠ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରୁଥିବାରୁ କଲେଜ କ୍ୟାମ୍ପସରେ ଉତ୍ସାହ ବଢ଼ିଛି । ବିଜ୍ଞପ୍ତି ଅନୁସାରେ ମୋଟ ୧୮ଟି ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବା ବେଳେ ୧୩୭୫ ଜଣ ଛାତ୍ରଛାତ୍ରୀ ଭୋଟ ପ୍ରକ୍ରିୟାରେ ସାମିଲ ହେବାର ସୂଚନା ମିଳିଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ଉପରେ ବିଭିନ୍ନ କଟକଣା ରଖାଯାଇଛି ।WhatsApp Image 2026 10 09 at 16.49.47 1

ଯେପରିକି, ଯୁକ୍ତ ୩ ଛାତ୍ରଛାତ୍ରୀ ମାନେ ହିଁ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିପାରିବେ , ଆଶାୟୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ , ପ୍ରାର୍ଥୀଙ୍କର ଅତି କମରେ ୭୫ ପ୍ରତିଶତ ଉପସ୍ଥାନ ଥିବ , ଆଶାୟୀଙ୍କ ନାମରେ କୌଣସି ଏକାଡେମିକ୍ ବକେୟା ନଥିବା ସହ ଅପରାଧିକ ରେକର୍ଡ ନଥିବ , କଲେଜ ପକ୍ଷରୁ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନଥିବା ନେଇ ଆଶାୟୀ ପ୍ରାର୍ଥୀମାନେ ଘୋଷଣା କରିବେ । ଜଣେ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ । ଆଜି ୧୦ଟାରୁ ୧ ଘଣ୍ଟା ଯାଏଁ ନାମାଙ୍କନ ପତ୍ର ଦାଖଲ ହେବା ସହ ଅପରାହ୍ନ ୨ଟା ଠାରୁ ୫ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ତେବେ ଚଳିତ ଛାତ୍ର ସଂସଦ ନିର୍ବାଚନରେ ବିଶେଷ କରି ଛାତ୍ର ଭୋଟରଙ୍କ ମନୋଭାବ , ସଙ୍ଗଠନ ଗୁଡ଼ିକର ମିଳିତ ରଣନୀତି ଓ ପ୍ରାର୍ଥୀଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ନିର୍ବାଚନୀ ଫଳାଫଳ ନିର୍ଣ୍ଣୟ କରିବ । ତେବେ ଛାତ୍ର ନିର୍ବାଚନ କେବଳ ଶକ୍ତି ପ୍ରଦର୍ଶନ ନହୋଇ ଛାତ୍ରଛାତ୍ରୀ ଙ୍କ ସମସ୍ୟା , ଶିକ୍ଷାନୁଷ୍ଠାନ ର ବିକାଶ , ହଷ୍ଟେଲ ସମସ୍ୟା , ଲାଇବ୍ରେରୀ , ପାନୀୟ ଜଳ , କ୍ୟାଣ୍ଟିନ୍ , ଖେଳକୁଦ , ଛାତ୍ରବୃତ୍ତି , ନିଯୁକ୍ତିମୂଖୀ ଶିକ୍ଷା ଭଳି ପ୍ରସଙ୍ଗ ନିର୍ବାଚନୀ ଚର୍ଚ୍ଚାର କେନ୍ଦ୍ରରେ ରହିବା ଆବଶ୍ୟକ । ଆଜି ନାମାଙ୍କନ ଦାଖଲ ସହ ଆରମ୍ଭ ହୋଇଥିବା ଏହି ଛାତ୍ର ସଂସଦ ଲଢେ଼ଇରେ ଅନେକ ଦାବିଦାର ଥିବାବେଳେ, ଶେଷରେ ଛାତ୍ର ଭୋଟରଙ୍କ ଆସ୍ଥା କିଏ ପାଇବ ତାହାହିଁ ସବୁଠାରୁ ବଡ଼ ପ୍ରଶ୍ନ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments