ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଦୁର୍ବୃତ୍ତ ଫେରାର

Date:

Share post:

ପଦ୍ମପୁର, (୦୮/୦୬) : ଆପ୍ର : ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସ ଠାରେ ରାଜରାସ୍ତା ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ଶିକ୍ଷକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ ।

ଲହୁଲୁହାଣ ଆକ୍ରମଣ କରି ମୋଟରସାଇକେଲ ରେ ଫେରାର୍ ମାରିଲେ ଦୁର୍ବୃତ୍ତ । ପଦ୍ମପୁର ମେଲଛାମୁଣ୍ଡା ଥାନା ଘେଁସ ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ଶିକ୍ଷକଙ୍କୁ ଆକ୍ରମଣ । ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ବାଇକରେ ଫେରାର ହୋଇଗଲେ ଦୁର୍ବୃତ୍ତ । ଘରୋଇ କଳହକୁ କେନ୍ଦ୍ର କରି ଆକ୍ରମଣ କରିଥିବା ସୂଚନା । ଘେଁସ ଗାଁ’ର ନବୀନ ସେଠ ଗତକାଲି ସନ୍ଧ୍ୟାରେ କୌଣସି ଏକ କାମରେ ସମ୍ପର୍କୀୟଙ୍କ ସହ ବାହାରକୁ ଯାଇଥିବାବେଳେ ସୋହେଲା-ପଦ୍ମପୁର ରାଜରାସ୍ତା ଉପରେ ହଠାତ୍ କିଛି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଥିଲେ । ନବୀନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । ସ୍ଥିତି ଗମ୍ଭୀର ହେବାରୁ ପରେ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବରପାଇ ପଚରାଉଚୁରା ଜାରି ରଖିଛି ମେଲଛାମୁଣ୍ଡା ଥାନା ପୋଲିସ ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ହୋଟେଲକୁ ନେଇ ଯୁବତୀଙ୍କ ସହ ଦୁଷ୍କର୍ମ, ପୁରୁଷ ବନ୍ଧୁ ଅଟକ

ଭୁବନେଶ୍ୱର, (୦୮/୦୬) : ଆପ୍ର : ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା । ଧୋକା ଦେଇ ଦେଲା ପୁରୁଷ ବନ୍ଧୁ । ସମୟ ବିତାଇବା ଆଳରେ...

ବ୍ରାହ୍ମଣୀରେ ଅଘଟଣ; ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ

ଅନୁଗୁଳ, (୦୮/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ତାଳଚେରରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି । ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ...

ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ

ସୋର, (୦୮/୦୬) : ଆପ୍ର : ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ । ବାଲେଶ୍ବର ଜିଲ୍ଲା ସୋର...

ସମ୍ପତ୍ତି ଲୋଭ ହେଲା କାଳ, ୫ ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ

କଟକ, (୦୮/୦୬) : ଆପ୍ର : କଟକ ସାଲେପୁରରେ ଚାଞ୍ଚଲ୍ୟ । ସମ୍ପତ୍ତି ଲୋଭ ହେଲା କାଳ । ହିତାହିତ ଜ୍ଞାନ ଭୁଲିଗଲା ମଣିଷ...