ସମ୍ପତ୍ତି ଲୋଭ ହେଲା କାଳ, ୫ ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ

Date:

Share post:

କଟକ, (୦୮/୦୬) : ଆପ୍ର : କଟକ ସାଲେପୁରରେ ଚାଞ୍ଚଲ୍ୟ । ସମ୍ପତ୍ତି ଲୋଭ ହେଲା କାଳ । ହିତାହିତ ଜ୍ଞାନ ଭୁଲିଗଲା ମଣିଷ । ୫ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ

ବ୍ୟକ୍ତିଗତ ଶତ୍ରୁତା ପାଇଁ ପିଶାଚ ପାଲଟିଗଲା ପଡ଼ୋଶୀ । କଟକ ସାଲେପୁର ବାହାବଳପୁରରୁ ଆସିଥିବା ଖବର ସମସ୍ତଙ୍କୁ ବିଚଳିତ କରିଦେଇଛି । ଏବେ ଗତ ୧୭ ଦିନ ହେଲାଣି ଜୀବନ ମରଣ ସହ ସଂଗ୍ରାମ କରୁଛି ରୋହିତ କୁମାର ମଲିକଙ୍କ ୫ ବର୍ଷର ପୁଅ । ରୋହିତଙ୍କ ପଡୋଶୀଙ୍କ ସହିତ ଜମି ବାଡ଼ିକୁ ନେଇ ପୂର୍ବ ଶତ୍ରୁତା ଥିଲା । ଗତ ୨୨ ତାରିଖରେ ଶିଶୁଟି ପଡ଼ୋଶୀଙ୍କ ଘରକୁ ଯାଇଥିବାବେଳେ ରାଗରେ ମିଠାରେ ବିଷ ଦେଇଦେଇଥିଲେ । ଗୁରୁତର ଅବସ୍ଥାରେ ତାକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା । ଏବେ ଆଇସିୟୁରେ ତାର ଚିକିତ୍ସା କରାଯାଉଛି । ଏନେଇ ରୋହିତ କୁମାର ସାଲେପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଆଧାରରରେ ପୋଲିସ ତଦନ୍ତ କରୁଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ହୋଟେଲକୁ ନେଇ ଯୁବତୀଙ୍କ ସହ ଦୁଷ୍କର୍ମ, ପୁରୁଷ ବନ୍ଧୁ ଅଟକ

ଭୁବନେଶ୍ୱର, (୦୮/୦୬) : ଆପ୍ର : ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା । ଧୋକା ଦେଇ ଦେଲା ପୁରୁଷ ବନ୍ଧୁ । ସମୟ ବିତାଇବା ଆଳରେ...

ବ୍ରାହ୍ମଣୀରେ ଅଘଟଣ; ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ

ଅନୁଗୁଳ, (୦୮/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ତାଳଚେରରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି । ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ...

ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ

ସୋର, (୦୮/୦୬) : ଆପ୍ର : ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ । ବାଲେଶ୍ବର ଜିଲ୍ଲା ସୋର...

ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଦୁର୍ବୃତ୍ତ ଫେରାର

ପଦ୍ମପୁର, (୦୮/୦୬) : ଆପ୍ର : ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସ ଠାରେ ରାଜରାସ୍ତା ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ...